Friday, March 29, 2024

Top 5 This Week

Related Posts

ଅଖ୍ୟାତ ଆଦିବାସୀ ପଲ୍ଲୀ ର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ର ଅଭିନନ୍ଦନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୦୭) : ଓଡ଼ିଶା ର ପ୍ରଥମ ଓଡ଼ିଆ ମହିଳା ଓ ସ୍ୱାଧୀନ ଭାରତ ର ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି ଭାବେ ଇତିହାସ ରଚିଛନ୍ତି ଅଖ୍ୟାତ ଆଦିବାସୀ ପଲ୍ଲୀ ର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁWhatsApp Image 2022 07 22 at 10.28.19 AM ଅଖ୍ୟାତ ଆଦିବାସୀ ପଲ୍ଲୀ ର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ର ଅଭିନନ୍ଦନ

ସ୍ୱାଧୀନ ଭାରତ ର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଅଖ୍ୟାତ ଆଦିବାସୀ ପଲ୍ଲୀ ର ଶ୍ରୀମତୀ ମୁର୍ମୁ କାଉନସିଲର ପଦବୀରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପିଲାଟି ଦିନରୁ ଜନସାଧାରଣଙ୍କ ସେବାରେ ନିଜ ଜୀବନ ଉତ୍ସର୍ଗ କରିବାର ଶପଥ ନେଇ ଆଜି ରାଷ୍ଟ୍ରମୁଖ୍ୟ ହୋଇଥିବାରୁ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି ।

ଓଡ଼ିଶା ମାଟି ର ପ୍ରଥମ ଜନଜାତି ମହିଳା ଶ୍ରୀମତୀ ମୁର୍ମୁଙ୍କ ଐତିହାସିକ ବିଜୟ ପାଇଁ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ନାମାଙ୍କନପତ୍ର ଦାଖଲ ଠାରୁ ପୂଜାର୍ଚ୍ଚନା ଚାଲୁ ରହିଥିଲା । ବିଶେଷ କରି ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ଜିଲ୍ଲା ର ଅନେକ ମଣ୍ଡଳ ଓ ଆଦିବାସୀ ଗ୍ରାମରେ ପୂଜାର୍ଚ୍ଚନା ଓ ଗ୍ରାମସଭା ର ଆୟୋଜନ ଜାରି ରହିଥିଲା । ଭାରତୀୟ ଜନତା ପାର୍ଟି ର ରାଜ୍ୟ ଆଦିବାସୀ ମୋର୍ଚ୍ଚା ର ସମ୍ପାଦକ ତଥା ଯୁବ ଆଦିବାସୀ ନେତା ବିଦ୍ୟାଧର ଶବର ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ।

ଏହି ଐତିହାସିକ ବିଜୟରୁ ବିଜୁ ଜନତା ଦଳ କିପରି ବାଦ ପଡିଥାନ୍ତା, ଭୋଟ ଗଣତି ସମୟରୁ ହିଁ ଶ୍ରୀମତୀ ମୁର୍ମୁଙ୍କ ସୁନିଶ୍ଚିତ ବିଜୟ ଲକ୍ଷ୍ୟରେ ବିଜେଡି ତରଫରୁ ଗୁଣପୁର ସ୍ଥିତ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ରାୟଗଡା ଜିଲ୍ଲା ର ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ବିଜେଡି ନେତା ଗଗନ ଆଚାର୍ଯ୍ୟ ଓ ପଦ୍ମପୁର, ଗୁଡ଼ାରୀ, ରାମନାଗୁଡା, ଗୁଣପୁର ର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ । ଜାତି, ଧର୍ମ, ଦଳ ଏସବୁକୁ ପଛରେ ପକାଇ ନିଜ ମାଟି ର ମଣିଷ ର ବିଜୟ ଉତ୍ସବ ପାଳନ କରିଥିଲେ ।

ଶ୍ରୀମତୀ ମୁର୍ମୁ ସର୍ବୋଚ୍ଚ ଆସନରେ ବିଜୟ ଲାଭ କରି ଥିଵାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ର ବିଷୟ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଶେଷରେ ଶ୍ରୀମତୀ ମୁର୍ମୁଙ୍କ ଆସୁ ଆରୋଗ୍ୟ କାମନା କରି ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ ।

Popular Articles