କାଶୀନଗର ଅବକାରୀ ବିଭାଗ ଦ୍ୱାରା ଜଣେ ଗିରଫ

0
245
କାଶୀନଗର ଅବକାରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୭) : କାଶୀନଗର ଅବକାରୀ ବିଭାଗ ର ଧର ପଗଡ଼ ଯୋଗୁଁ ଏହି ଅଞ୍ଚଳରେ ମଦ କାରବାର ନିୟନ୍ତ୍ରଣ ହୋଇପାରିଛି । ଆଜି ଜଣେ ଚୋର ମଦ ବ୍ୟବସାୟୀ କୁ ବିଭାଗ ଦ୍ୱାରା ଗିରଫ କରାଯାଇଛି ।

ଆଜି କାଶୀନଗର ଥାନା ଅଞ୍ଚଳରେ ଥିବା ଏଫ୍ ସି ଆଇ ଗୋଦାମ ନିକଟରେ ଜଣେ ଚୋର ମଦ ବ୍ୟବସାୟୀ ଏକ ମୋଟର ସାଇକେଲ ଯୋଗେ ୪୦ ଲିଟର ମଦ ପ୍ୟାକେଟ ଧରି ଆସୁଥିବା ବେଳେ କାଶୀନଗର ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ସି କାହୁଁ ବଡ ଦଳେଇ, ପରମା ଗୌଡ଼, ମହିଳା କନେଷ୍ଟବଳ ତାଙ୍କୁ ଧରି ମୋଟର ସାଇକେଲ ସହ ୪୦ ଲିଟର ମଦ ଜବତ କରି ଆସାମୀ କୁ ଗିରଫ କରିଛନ୍ତି । ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଏ ଏସ ସି ଶ୍ରୀ କାହୁଁ ବଡ ଦଳେଇ ସୂଚନା ଦେଇଛନ୍ତି ।