Related Contents

ବାସହରା ପରିବାରକୁ ସରକାରୀ ସାହାଯ୍ୟ ଦାବୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୧/୦୭): ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପଣସପୁଟ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଗୋଟିଏ ପରିବାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି |

ସେହି ପରିବାରରେ ମୋଟ ଚାରିଜଣ ରହୁଥିବା ବେଳେ ଏବେ ଘରଭାଙ୍ଗି ଯିବା ଫଳରେ ବାସ ହରା ହୋଇ ଗାଁ ବାରଣ୍ଡାରେ ରହୁଛନ୍ତି | ପରିବାରର ମୁଖିଆ ସଦା ଖରା ଓ ସ୍ତ୍ରୀ ସଇତା ଖରା ସହ ପୁଅ ଝିଅଙ୍କୁ ନେଇ ଗାଁ ବରଣ୍ଡାରେ ବହୁ କଷ୍ଟରେ ରହୁଥିବା ବେଳେ ଆଗାମୀ ଦିନରେ ବର୍ଷା ଦିନ ଲାଗି ଏବେ ଚିନ୍ତାରେ ପରିବାର ଲୋକେ | ସଦା ଗରିବ ଶ୍ରେଣୀର ହେତୁ ବହୁ କଷ୍ଟରେ ପରିବାରକୁ ନେଇ ଚଳୁଥିବା ବେଳେ ଏବେ ଘର ଚିନ୍ତା ଦ୍ବିଗୁଣିତ କରିଦେଇଛି | ଏଣୁ ପଣସପୁଟର ସଦା ଖରାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସି ଦାବୀ କରିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.