ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଲଳିତ ମିଶ୍ରଙ୍କୁ ଆର୍ଥିକ ସହାୟତା

0
147
ଜି ଆଇ ଇ ଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୧/୭) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିବା ଲଳିତ ନାରାୟଣ ମିଶ୍ରଙ୍କୁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଲଳିତ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଲେବ ସହାୟକ ଭାବେ କାମ କରନ୍ତି । ଗତ କିଛି ଦିନ ହେଲା ଅସୁସ୍ଥତା ରହିବା ପରେ ତାଙ୍କର ଏହି ରକ୍ତ କର୍କଟ ରୋଗ ନିରୂପଣ ହୋଇଥିଲା । ବର୍ତ୍ତମାନ ସେ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ଜାଣିବା ପରେ ନିଜ ବିଭାଗ ପକ୍ଷରୁ ଏହି ବିଷୟ କୁ ଗୁରୁତ୍ୱ ର ସହ ନେଇ ପ୍ରଥମେ ବିଶ୍ୱ ବିଦ୍ୟାଳୟ ର ଫେକଲଟି କ୍ଲବ ପକ୍ଷରୁ ଏକ ଲକ୍ଷ ଟଙ୍କା ଲଳିତ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ପୁଣି ଆଜି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଲକ୍ଷ ଟଙ୍କା ଲଳିତଙ୍କ ବ୍ୟାଙ୍କ ଖାତା ଜରିଆରେ ପ୍ରଦାନ କରିଥିବା ବିଶ୍ୱ ବିଦ୍ୟାଳୟ ର ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ସୂଚନା ଦେଇଛନ୍ତି ।

ବିଶ୍ଵ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ଵଜ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ତାଙ୍କର ଶୀଘ୍ର ଆସୁ ଆରୋଗ୍ୟ କାମନା କରିଛନ୍ତି ।