ଆଜିଠୁ ଗଡିଲା ଗୁଣପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ

0
136
ଆଜିଠୁ ଗଡିଲା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୭) : ଆଜିଠୁ ଗଡିଲା ଗୁଣପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ । ଆଜି ବହୁ ପ୍ରତିକ୍ଷା ର ଅନ୍ତ ଘଟାଇ କଟକ-ପଲାସା-କଟକ ଏକ୍ସପ୍ରେସ ଟ୍ରେନ ସେବାକୁ କେନ୍ଦ୍ର ସରକାର ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି ।

ଆଜିଠୁ ଗଡିଲା ଗୁଣପୁର-କଟକ ମେମୁ ଏକ୍ସପ୍ରେସ ଟ୍ରେନ । ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ କଟକ ଓ ପଲାସା ମଧ୍ୟରେ ଅପରିବର୍ତ୍ତିତ ରହିଛି । ଏହି ମେମୁ ଏକ୍ସପ୍ରେସ କଟକରୁ ସନ୍ଧ୍ୟା ୫:୩୦ ରେ ବାହାରି ଗୁଣପୁରରେ ରାତ୍ର ୧:୩୦ ରେ ପହଞ୍ଚିଥିଲା । ଗୁଣପୁର ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଏଠାରେ ଆନ୍ଧ୍ର-ଓଡ଼ିଶା ରେଳ ବ୍ୟବହାରିକ ସଂଘ, ନବ ନିର୍ମାଣ ସମିତି ଓ ଗୁଣପୁର ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ । ଗୁଣପୁର ଠାରୁ ରାତ୍ର ୨:୪୫ ରେ ବାହାରି କଟକରେ ଦିବା ୧୧ ଟା ସମୟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଗୁଣପୁର ରେଳପଥ ଓଡ଼ିଶା ର ସର୍ବ ପୂରାତନ ରେଳପଥ ।

ଏହି ଶତାୟୁ ରେଳ ପଥରେ କଟକ, ଭୂଵନେଶ୍ଵର ଭଳି ସହରକୁ ରେଳ ଚଳାଚଳ ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସୁଥିଲା, ତାହା ଏଵେ ପୂରଣ ହୋଇଛି । ଏହି ମେମୁ ଏକ୍ସପ୍ରେସ ଚଳାଚଳ ଫଳରେ ଏହି ଅଞ୍ଚଳବାସୀଙ୍କୁ ବିଶେଷ କରି ବ୍ୟବସାୟ, ଚିକିତ୍ସା କ୍ଷେତ୍ରରେ ସୁବିଧା ମିଳିବ ବୋଲି ବୁଦ୍ଧିଜିବୀ ମାନେ ମତ ବ୍ୟକ୍ତ କରିଛନ୍ତି ।