ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ୱାରା ୧୫୩ ଜଣଙ୍କୁ ଭତ୍ତା ବଣ୍ଟନ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୦/୦୭): କନ୍ଧମାଳ ଜିଲ୍ଲା ରାଇକିଆ ଆରଏମସି ଠାରେ ଆଜି ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ୱାରା ୧୫୩ ଜଣ ନୂତନ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ରାଇକିଆ ବିଡ଼ିଓ ରଶ୍ମିରଂଜନ ମହାନ୍ତି, ଏବିଡିଓ ମୋହନ ମଲ୍ଲିକ, ବେରେଡାକିଆ ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟ, ଏବଂ ରାଇକିଆ ଅଧ୍ୟକ୍ଷା ମାନିନୀ ପ୍ରଧାନଙ୍କ ସହ ବହୁ ଲୋକ ଉପସ୍ଥିତ ଥିଲେ |

Comments are closed.