Related Contents

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୧୦/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଇଶାଣ ପୁର ଗ୍ରାମପଞ୍ଚାୟତ ଇଶାଣପୁର ଗାଁର ପ୍ରଫୁଲ୍ଲ ମହାନ୍ତିଙ୍କ ପୁଅ ମାଗୁଣି ମହାନ୍ତି (୪୨) ଘରେ ତାର ସ୍ତ୍ରୀ ,୨ଝିଅ ଗୋଟିଏ ପୁଅ ଵାପା ମାକୁ ନେଇ ମାଗୁଣିର ଗରିବ ସଂସାର ।

ସୂଚନା ଅନୁସାରେ ଆଜି ସକାଳୁ ମାଗୁଣି ବାଲିଆ ଅଭିମନ୍ୟୁ ସାମନ୍ତ ସିଂହାର କଲେଜର କଡ଼ ରାସ୍ତା ଦେଇ ଯାଉଥିବା ସମୟରେ ଆଗରୁ ତଳକୁ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ ମାଗୁଣିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଵିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ ଏଦିଗରେ ବିଭାଗ କୋୖଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ । ଯଦି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଥାଆନ୍ତା ତାହେଲେ ହୁଏତ ମାଗୁଣି ଭଳି ଏକ ନୀରିହ ଜୀବନ ଅକାଳରେ ଝଡି ପଡି ନଥାନ୍ତା । ଏମିତିକି ଫନୀ ବାତ୍ୟା ପରେ ବରୀର କେତେକ ସ୍ଥାନରେ ଵିଦ୍ୟୁତ୍ ଟ୍ରାନ୍ସଫର୍ମର ମାଟି କାମୁଡି ପଡି ରହିଥିବା ବେଳେ କେତେକ ସ୍ଥାନରେ ଵିଦ୍ୟୁତ୍ ତାର ମଧ୍ୟ ତଳକୁ ଝୁଲି ରହିଥିବାର ନଜକୁ ଆସିଛି | ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ବରୀ ବିଦ୍ୟୁତ୍ ବିଭାଗ ନୀରବ ଦ୍ରଷ୍ଟା । ସୂଚନା ଥାଉକି ବିଗତ ଦିନରେ ରତ୍ନଗୀରକୁ ଆସିଥିବା ଟୁରିଷ୍ଟ ବସ ଵିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲା । ହେଲେ ମାଗୁଣି ମୃତ୍ୟୁ ପରେ ଵିଦ୍ୟୁତ୍ ବିଭାଗ ଯୁଦ୍ଧ କାଳୀନ ଭିତରେ ଵିଦ୍ୟୁତ୍ ତାର ଟାଣିବାର ଏବେ ଦେଖିବାକୁ ମିଳିଛି । ମାଗୁଣିକୁ ସରକାରଙ୍କ ତରଫରୁ ସାହାଯ୍ୟ ଯୋଗାଇ ଦେବାକୁ ସଧାରଣରେ ଦାବି କରାଯାଉଥିବା ବଳେ ଵିଦ୍ୟୁତ୍ ବିଭାଗ ଉପରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ଆଗକୁ ସମୟ କହିବ ବୋଲି ଆଲୋଚନା ହେଉଛି ।

Leave a Reply

This site uses Akismet to reduce spam. Learn how your comment data is processed.