Friday, March 29, 2024

Top 5 This Week

Related Posts

ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀ ଙ୍କୁ ଓଡ଼ିଆ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୭) : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ପକ୍ଷରୁ ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି ।

ଏହି ଉତ୍ସବରେ ଯୁକ୍ତ ତିନି ଶେଷ ବର୍ଷ ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରିବା ସହ ଅବସର ପ୍ରାପ୍ତ ଅଧ୍ୟକ୍ଷ ପୂର୍ନେନ୍ଦୁ ତ୍ରିପାଠୀ ଙ୍କୁ ମଧ୍ୟ ଓଡ଼ିଆ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଜଣା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପୂର୍ନେନ୍ଦୁ ତ୍ରିପାଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼. ପ୍ରମୋଦ ମହାପାତ୍ର ପରିଚାଳନା କରିଥିଲେ ।

ଏହି ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟାପକ ଲଳିତ ମେହେର, ରଞ୍ଜିତ ସାମଲ, ସୁରେଶ୍ଵର ଯୋଶୀ, ଅଧ୍ୟାପିକା ସୁଷମା ରାଣୀ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଦ୍ଵିତୀୟ ବର୍ଷ ର ଛାତ୍ର ଅମରେଶ୍ୱର ମହାକୁଡ଼, ଦିବାକର ମହାକୁଡ଼, ରତିକାନ୍ତ ପ୍ରଧାନ ଏବଂ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଅଲ୍ ମନ୍ ସେଠୀ ଓ ପ୍ରିୟଙ୍କା ସାହୁ ସଂଯୋଜନା କରିଥିଲେ ।

Popular Articles