5T ରୂପାନ୍ତରଣ ପାଇଁ ପ୍ରସ୍ତୁତି ବୈଠକ : ପ୍ରମୁଖ ଭୂମିକା ଗ୍ରହଣ କରିବ ଆଲୁମିନି କମିଟି

0
155
5T ରୂପାନ୍ତରଣ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୦୭) : ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ଵର ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ର 5T ରୂପାନ୍ତରଣ ପାଇଁ ଏକ ବୈଠକ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 20 at 8.08.56 PM 1 5T ରୂପାନ୍ତରଣ ପାଇଁ ପ୍ରସ୍ତୁତି ବୈଠକ : ପ୍ରମୁଖ ଭୂମିକା ଗ୍ରହଣ କରିବ ଆଲୁମିନି କମିଟି

ଏଥିରେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ସ୍ୱରାଜ କହଁର, ସହକାରୀ ଯନ୍ତ୍ରୀ ମନରଞ୍ଜନ ପାତ୍ର, ତିଳେଶ୍ଵର ଗ୍ରାମପଞ୍ଚାୟତ ସରପଞ୍ଚ ଝୁନୁ ବେହେରା, ମୋ ସ୍କୁଲ ଅଭିଯାନ କମିଟି ସଭାପତି ସିମୁନ ନାଏକ ଓ ଶିକ୍ଷକ ଶୁଭେନ୍ଦୁ ରଞ୍ଜନ ଖମାରି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ବିଡ଼ିଓ ଶ୍ରୀମତୀ ରଥ 5T ରୂପାନ୍ତରଣ ରେ ହେବାକୁ ଥିବା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସାଇନ୍ସ ଲାବୋରୋଟରି, ବେଡ଼ ମିଟନ ପଡ଼ିଆ ଓ ବିଦ୍ୟାଳୟ ର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ ପାଇଁ ଆଲୋଚନା କରିଥିଲେ ।

ଏଥି ସହିତ ଏହି କାର୍ଯ୍ୟକୁ ଆଲୁମିନି ସଦସ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥଲେ । ସେହିଭଳି ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ନିକଟରୁ କିଭଳି ପାଣ୍ଠି ସଂଗ୍ରହ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ବିଦ୍ୟାଳୟ ଶିକ୍ଷକ ଗଜାନନ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ଅମରେନ୍ଦ୍ର ମହାକୁଡ଼ ଓ ଆଲୁମିନି ସଦସ୍ୟ ଶୁଭ୍ରଜିତ ପ୍ରଧାନ, ବିଜୟ କୁମାର ବେହେରା, ପ୍ରବୀଣ ବେହେରା, ଉମେଶ ବେହେରା, ବୁଲୁ ଯୋଶୀ, ପ୍ରାଣବନ୍ଧୁ ପ୍ରଧାନ, ଦୁଖୀଶ୍ୟାମ ପ୍ରଧାନ, ବିକାଶ ସାମଲ, ପ୍ରଶାନ୍ତ ଦେହୁରୀ, ଦିଲ୍ଲୀପ ସାମଲ, ଶୁଶୀଲ ଦେହୁରୀ, ଧରଣୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।