Related Contents

ଦିବ୍ୟାଙ୍ଗ ପାନଙ୍କୁ ସରକାରୀ ସୁବିଧା ମିଳିବ କେବେ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା (୧୦/୦୭): ସରକାର ପକ୍ଷରୁ ଦିବ୍ୟାଙ୍ଗ ପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରି ସରକାରୀ ସୁବିଧା ଯୋଗାଇ ଦେବାପାଇଁ ସ୍ଥିର କରିଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବର୍ଷବର୍ଷ ଧରି ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିଥିବା ଜଣାପଡିଛି |

ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବଦାପୁଟ ପଞ୍ଚାୟତର ତେନ୍ତୁଳିପୋଡା ଗ୍ରାମରେ | ଉକ୍ତ ଗ୍ରାମର ଧନ ପୂଜାରୀଙ୍କ ଝିଅ ପାନ ପୂଜାରୀ (୨୫) ଜନ୍ମରୁ ବିକଳlଙ୍ଗ | ସରକାରୀ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶତ ପ୍ରତିଶତ ଭିନ୍ନକ୍ଷମ ପ୍ରଣାମ ପାତ୍ର ଥାଇ ମଧ୍ୟ ସରକାରଙ୍କ ବିକଳାଙ୍ଗ ଭତ୍ତା, ଆବାସ ଯୋଜନା, ୩୫କିଲୋ ଚାଉଳ ଏବଂ ଅନ୍ୟାନ୍ୟ ସୁବିଧାରୁ ବର୍ଷବର୍ଷ ଧରି ବଞ୍ଚିତ ରହିଛନ୍ତି | ବୈପାରୀଗୁଡା ବ୍ଲକସଦର ମହକୁମା ଠାରୁ ପନ୍ଦର କିଲୋମିଟର ଦୂରରେ ଥିବା ପାହାଡିଆ ଆଦିବାସୀ ଅଂଚଳ ହେତୁ ଧନ ପୂଜାରୀ ନିଜ ବିକଳାଙ୍ଗ ଝିଅ ପାଇଁ ସରକାରୀ ସୁବିଧା ବିଷୟରେ ଅବଗତ ନ ଥିବା ପ୍ରକାଶ କରିଛନ୍ତି | ଏହି ବିଷୟରେ ସ୍ଥାନୀୟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ଚନ୍ଦନ ବାରିକଙ୍କୁ ପଚରିବାରୁ ସେ ଅତି ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.