Related Contents

ପୁଣି ରାଜ ରାସ୍ତାରେ ଚାଷୀ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି(୧୦/୦୭): ପୁଣି ରାଜ ରାସ୍ତାରେ ଚାଷୀ ମଣ୍ଡିରୁ ଧାନ ନ ଉଠିବାକୁ ପ୍ରତିବାଦ କରି ରାଜ ରାସ୍ତାକୁ ଓଲ୍ହାଇଲେ ଚାଷୀ |

ଧର୍ମଗଡ଼ ଜୁନାଗଡ ଓ କଲମପୁରର ଚାଷୀ ଜାତୀୟ ରାଜପଥ ୨୬ପଖନାଗୁଡା ଠାରେ ଅବରୋଧ କରିଛନ୍ତି | ଫଳରେ ଜାତୀୟ ରାଜପଥରେ ଗାଡିମୋଟର ଅଟକି ରହିବା ସହ ଜୟପୁର ଭବାନୀପାଟଣା ଯାତାୟତ ବାଧା ପ୍ରାପ୍ତ ହୋଇଛି | ଗତ ୧ତାରିଖରୁ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ବନ୍ଦ ହୋଇଯିବା ଫଳରେ ଅନେକ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିବା ସହ ବର୍ଷାରେ ଭିଜି ଧାନ ଗଜା ହେବାରେ ଲାଗିଛି | ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ବାଧ୍ୟ ହୋଇ ରାଜ ରାସ୍ତା ଅବରୋଧ କରିଛି | ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନ ଥିବା ଜଣାପଡ଼ିଛି |

Leave a Reply

This site uses Akismet to reduce spam. Learn how your comment data is processed.