ବ୍ଲାକ୍‌ ସ୍ପଟ ରେ ଅଘଟଣ : ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

0
119
ବ୍ଲାକ୍‌ ସ୍ପଟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାରିପଦା, (୨୦/୦୭) : ପୁଣି ଥରେ ବ୍ଲାକ୍‌ ସ୍ପଟ ରେ ଘଟିଲା ଅଘଟଣ । ଏକ ବୋଲେରୋ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌ । ଫଳରେ ୬ ଜଣ ଗୁରୁତର ହୋଇଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଘଟିଛି ।

ବୋଲେରୋଟି ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳର ହୋଇଥିବା ବେଳେ ଆଜି ସକାଳୁ ସେମାନେ ଘାଟି ରାସ୍ତା ଦେଇ ଜାମସେଦପୁର ଅଭିମୁଖେ ଯାଉଥିଲେ । ୪୯ ନଂ ଜାତୀୟ ରାଜପଥ ର ବ୍ଲାକ୍‌ ସ୍ପଟ ବାଙ୍ଗିରିପୋଷି ଘାଟି ରାସ୍ତାରେ ବୋଲେରୋଟି ଘାଟି ଉଠୁଥିବା ବେଳେ ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ଘାଟି ତଳକୁ ଓହ୍ଲାଉଥିଲା ।

ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ବୋଲେରୋ ଉପରେ ଓଲଟି ପଡ଼ିଥିଲା । ଫଳରେ ବୋଲେରୋ ଗାଡ଼ିରେ ଥିବା ଚାରିଜଣଙ୍କ ସମେତ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବୋଲେରୋ ର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଏବଂ ପରେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ମେଡିକାଲ କଲେଜକୁ ପଠାଇ ଦିଆଯାଇଛି ।

ବାଙ୍ଗିରିପୋଷି ଘାଟି ଏକ ବ୍ଲାକ ସ୍ପଟରେ ପରିଣତ ହୋଇସାରିଥିବା ବେଳେ ଏଠାରେ ସବୁବେଳେ ଦୁର୍ଘଟଣା ଘଟି ବହୁ ଜୀବନ ଯାଉଛି । ହେଲେ ସରକାରଙ୍କ ଚେତା ପଶୁନି । ରାସ୍ତା ର ସଂପ୍ରସାରଣ ପାଇଁ ଅନେକ ଦାବି ଏବଂ ଆନ୍ଦୋଳନ କରାଯିବା ପରେ ମଧ୍ୟ ସରକାର କୌଣସି ତତ୍ପରତା ପ୍ରକାଶ ନ କରିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।