ଘେଁସ ବନାଞ୍ଚଳର ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ

ରିପୋର୍ଟ: ଜଗବନ୍ଧୁ ସାହୁ
ସୋହେଲା(୦୯/୦୭): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟସ୍ଥ ଝର ଗ୍ରାମରେ ଘେଁସ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ଦିନ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ଉନ୍ନୟନ ଅଧିକାରୀ ଶ୍ରୀ ଅମିତ ଭରାସାଗରଙ୍କ ଦ୍ବାରା ପରିଚାଳନା କାର୍ଯ୍ୟକ୍ରମରେ ଘେଁସ ବନାଞ୍ଚଳ ଅଧିକାରୀ ଶ୍ରୀ ରମଣୀ ରଞ୍ଜନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଜଙ୍ଗଲ ସୁରକ୍ଷା ଓ ରନ୍ଧନ ଗ୍ୟାସର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ । ପରେ ଉଜ୍ବାଳା ଯୋଜନାରେ ଗ୍ରାମର ବିଭିନ୍ନ ପରିବାରଙ୍କୁ ନିଶୁଳ୍କ ଏଲ୍.ପି.ଜି. ଗ୍ୟାସ ଓ ରନ୍ଧନ ଉପକରଣ ବଣ୍ଟନ କରିଥିଲେ । ଏହା ପୂର୍ବରୁ ମଧ୍ୟ ୭୦ ପରିବାରଙ୍କୁ ବଣ୍ଟନ କରାଯାଇଥିଲା । ବନକର୍ମଚାରୀ ଗୋଲାପ ସୁନା, ଆଇ.ଓ.ସି.ଏଲ୍. କର୍ମୀ ଯୁଗଲ କିଶୋର ସାହୁ, ଶିଶିର ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments are closed.