ହସ୍ତଶିଳ୍ପ କାରିଗର ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ତାଲିମ ପ୍ରଦାନ କରାଯିବ

0
277

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,ତା.(୮/୦୮): ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ କାରିଗର ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା l

ଜିଲ୍ଲାର ଢ଼ୋକରା, ଟେରାକଟା, ବାଉଁଶ ଓ ବସ୍ତ୍ର ଯୋଡ଼ା ଶିଳ୍ପୀ ମାନଙ୍କ ଜୀବନଜୀବିକାର ବୃଦ୍ଧି ଓ ହସ୍ତଶିଳ୍ପର ବିକାଶ ନିମନ୍ତେ ହସ୍ତଶିଳ୍ପ କାରିଗର ମାନଙ୍କୁ ତାଲିମ ପ୍ରଦାନ କରାଯିବ l ଏହି ବୈଠକରେ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ଜୟସୀ ଡୁଙ୍ଗଡୁଙ୍ଗ ହସ୍ତାଶିଳ୍ପ ବିକାଶ ନିମନ୍ତେ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ l

କାରିଗର ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ମାଷ୍ଟର କ୍ରାଫ୍ଟ ମେନ ତାଲିମ ପ୍ରଦାନ ପାଇଁ ପ୍ରାର୍ଥୀ ଚୟନ କରାଯିବ l ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ୧୫ ଜଣ ଲେଖାଏଁ ତାଲିମ ନେବେ l ସେହିପରି ଡଙ୍ଗରିଆ ସାଲ ବୁଣିବା ନିମନ୍ତେ ୧୫ ଜଣ ଡ଼ଙ୍ଗରିଆ ଆଦିବାସୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ l

ଶିଳ୍ପୀ ଉନ୍ନତି ଯୋଜନାରେ ୨୦ ଜଣ ଶିଳ୍ପୀଙ୍କୁ ୫୦ ହଜାର ଟଙ୍କା ଋଣ ଆକାରରେ ସହlୟତା ଯୋଗାଇଦିଆଯିବ l ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପାଇଁ ତାଲିମ ପ୍ରଦାନ କରାଯିବ l ଅଣୁ ,କ୍ଷୁଦ୍ର, ମଧ୍ୟମ ଉଦ୍ଧ୍ୟଗ ବିଭାଗ ତରଫରୁ ଯାନ୍ତ୍ରିକ ଜ୍ଞାନ କୌଶଳ ତାଲିମ ପ୍ରଦାନ କରିବ l ଓରମାସ ଉତ୍ପାଦିତ ଦ୍ରବ୍ୟର ବିକ୍ରୟରେ ସହଯୋଗ କରିବ ଏବଂ ଵ୍ୟାଙ୍କ ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେବ l

ଜିଲ୍ଲାର ବିଷମକଟକ ବ୍ଲକର ଝିଗିଡିରେ ଢ଼ୋକର ତାଲିମ ପ୍ରଦାନ କରାଯିବ, କାଶୀପୁର ବ୍ଲକର ଶୋରିଷ ପଦର ଗ୍ରାମରେ ଟେରେକଟା, ମୁନିଗୁଡା ବ୍ଲକର ମୁନିଖୁଲରେ ବାଉଁଶ ଶିଳ୍ପ, ଥେରୁବାଲିରେ ବସ୍ତ୍ର ଯୋଡ଼େଇ ଓ ବିଷମ କଟକ ବ୍ଲକର ରୋଡଙ୍ଗ ଠାରେ ଡ଼ଙ୍ଗାରିଆ ଶାଲ ବୁଣିବା ଉପରେ ତାଲିମ ପ୍ରଦାନ କରାଯିବ l

ଏହି ବୈଠକରେ ଲିଡ଼ ଵ୍ୟାଙ୍କ ମେନେଜର ଭାରତୀୟ ଷ୍ଟେଟ ଵ୍ୟାଙ୍କ, ଲିଡ଼ ଵ୍ୟାଙ୍କ ଡିସଟ୍ରିକ୍ଟ ମେନେଜର, ଡିପିଏମ, ଓରମାସ,ଓ ମାଷ୍ଟର କ୍ରାଫ୍ଟ ମ୍ୟାନ ସୋରିଷପଦର ଏବଂ ଝିଗିଡି ଯଗଦାନ କରିଥିଲେ l