କିଏ ହେବେ ଶ୍ରୀଲଙ୍କା ର ପରବର୍ତ୍ତୀ ରାଷ୍ଟ୍ରପତି ? ରାଷ୍ଟ୍ରପତି ନିର୍ବାଚନରେ ତ୍ରିମୁଖି ଲଢ଼େଇ

0
144
କିଏ ହେବେ ଶ୍ରୀଲଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଲମ୍ବୋ/ନୂଆଦିଲ୍ଲୀ, (୨୦/୦୭) : କିଏ ହେବେ ଶ୍ରୀଲଙ୍କା ର ପରବର୍ତ୍ତୀ ରାଷ୍ଟ୍ରପତି ? ଅଶାନ୍ତି ର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କା ର ପରବର୍ତ୍ତୀ ରାଷ୍ଟ୍ରପତି ହେବେ କିଏ ? ଆଜି ହେବାକୁ ଯାଉଛି ନିର୍ବାଚନ ।

କିଏ ହେବେ ଶ୍ରୀଲଙ୍କା ର ପରବର୍ତ୍ତୀ ରାଷ୍ଟ୍ରପତି ? ତେବେ ରାଷ୍ଟ୍ରପତି ଦୌଡ଼ ର ଆଗରେ ରହିଛନ୍ତି ବର୍ତ୍ତମାନ ର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ । ରେସ୍‌ରେ ଥିବା ଅନ୍ୟ ଦୁଇ ଆଶାୟୀ ହେଲେ ୬୩ ବର୍ଷୀୟ ସିଂହଳୀ ବୌଦ୍ଧ ଦୁଲାସ ଆଲାପେରୁମ୍ମା ଏବଂ ୫୩ ବର୍ଷୀୟ ଅନୁରା କୁମାର ଦିସାନାୟକେ । ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନରେ ହେବାକୁ ଯାଉଛି ତ୍ରିମୁଖି ଲଢ଼େଇ । ଶ୍ରୀଲଙ୍କା ର ପ୍ରମୁଖ ବିରୋଧୀ ଦଳ ର ନେତା ସାଜିଥ୍ ପ୍ରେମଦାସା ରାଷ୍ଟ୍ରପତି ପଦ ରେସରୁ ନିଜକୁ ବାହାରେ ରଖିଥିବା ବେଳେ ଦୁଲାସ ଆଲାପେରୁମ୍ମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।

୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବ । ଯିଏ ବି ନିର୍ବାଚିତ ହେବେ ସେ ଗୋଟାବାୟାଙ୍କ କାର୍ଯ୍ୟକାଳ ସରିବା ଯାଏଁ ପଦରେ ରହିବେ । ଅର୍ଥାତ ନୂଆଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ଯାଏଁ ରହିବ । ରାନିଲ ବିକ୍ରମାସିଙ୍ଘେଙ୍କ ପରେ ଦ୍ୱିତୀୟ ବଡ଼ ଚେହେରା ଭାବେ ଦୁଲାସ ଆଲାପେରୁମ୍ମା ନାଁକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରିବା ଲାଗି ସବୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ସାଜିଥ୍ ପ୍ରେମଦାସା ।

ତିନି ପର୍ଯ୍ୟାୟରେ ସର୍ବାଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ । କିନ୍ତୁ ସେ ଅଧାରୁ ଅଧିକ ଭୋଟ୍‌ ପାଇଥିବା ଆବଶ୍ୟକ । ମତଦାନ ପାଇଁ ଆଜି ସଂସଦ ଅଧିବେଶନ ବସିବ । ଶ୍ରୀଲଙ୍କା ସ୍ଥିତି ସଂକଟାପନ୍ନ ରହିଥିବା ବେଳେ ଅର୍ଥନୀତି ଟଳମଳ ଅବସ୍ଥାରେ ଗତି କରୁଛି । ଆର୍ଥିକ ସମସ୍ୟାରୁ ଆରମ୍ଭ ହୋଇଥିବା ସଂକଟ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି ।