Friday, March 29, 2024

Top 5 This Week

Related Posts

ବିଶ୍ୱ ଶାନ୍ତି ପାଇଁ ପ୍ରକୃତି ପୂଜା ଓ ବୃକ୍ଷ ରୋପଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୭) : ସୁବର୍ଣ୍ଣପୁର ଜିଲ୍ଲା ର ସଦର ଜନମୁରା ଯୋଗୀ ଯୋଗିନୀ ମଠରେ ବିଶ୍ୱ ଶାନ୍ତି, ପ୍ରକୃତି ଶାନ୍ତି ଅବସରରେ ବୈଦିକ ଯଜ୍ଞ ଓ ବୃକ୍ଷ ପୂଜନ ଓ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 07 20 at 9.58.38 AM ବିଶ୍ୱ ଶାନ୍ତି ପାଇଁ ପ୍ରକୃତି ପୂଜା ଓ ବୃକ୍ଷ ରୋପଣ

ପରିବେଶ ପ୍ରଦୂଷଣ ପାଇଁ ଓ ଜଙ୍ଗଲ ନଷ୍ଟ ଯୋଗୁଁ ଏବେ ସାରା ବିଶ୍ୱରେ ପ୍ରକୃତି ନିୟନ୍ତ୍ରଣ ହରାଇଛି । କେବେ କରୋନା ତ କେବେ ବଜ୍ରାଘାତ, କେବେ ଉତ୍ତାପ ବୃଦ୍ଧି ତ କେବେ ଅଂଶୁଘାତ, ବନ୍ୟା ବାତ୍ୟା ମରୁଡି ଓ ନାନା ଅଜଣା ରୋଗରେ ଲୋକେ ପୋକ ମାଛି ପରି ମାରୁଛନ୍ତି କେତେ ପଙ୍ଗୁ ଅବସ୍ଥାରେ ବି ଅଛନ୍ତି । ପୃଥିବୀ ର ଏଭଳି ସ୍ଥିତିରେ ସମଗ୍ର ପରିବେଶ ସୁରକ୍ଷା ଓ ତା’ର ସନ୍ତୁଳନ ପାଇଁ ଚାରିଆଡେ ଏବେ ବିଶ୍ୱ ଶାନ୍ତି ପାଇଁ ପ୍ରକୃତି ପୂଜା, ହୋମ ଯଜ୍ଞ, ବୃକ୍ଷ ରୋପଣ ଓ ତାରି ଯତ୍ନ ପାଇଁ ଆଗଭର ହେବାର ଚିତ୍ର ସାମନା କୁ ଆସିଛି ।

ସୁବର୍ଣ୍ଣପୁରରେ ଶ୍ରାବଣ ମାସ ର କର୍କଟ ସଂକ୍ରାନ୍ତି ଅବସରରେ ପତଞ୍ଜଳି ଯୁବ ଭାରତ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା, ଯୁବ ଭାରତ ଜିଲ୍ଲା ପ୍ରଭାରୀ ସତ୍ୟବାନ ମିଶ୍ର, କିସନ୍ ପ୍ରଭାରୀ ଲକ୍ଷ୍ମଣ ପ୍ରଧାନ ସମେତ ଆର୍ଯ୍ୟ ସମାଜ ର ପଙ୍କଜ ମେହେର ଓ ମହାଜନ ସୁବର୍ଣ୍ଣପୁର ଜିଲ୍ଲା ର ଜନମୁରା ଗାଁ ରେ ସାମୁହିକ ଭାବେ ଆର୍ଯ୍ୟ ବୈଦିକ ରୀତିରେ ଯଜ୍ଞ ଓ ବୃକ୍ଷ ପୂଜନ ରୋପଣ କାର୍ଯ୍ୟକ୍ରମ କରା ଯାଇଛି । ଆସାଢୁ ପ୍ରଧାନ, କୁନି ଝିଅ ହଁଶୀକା ମିଶ୍ର ପ୍ରମୁଖ ଗ୍ରାମବାସୀ ମଧ୍ୟ ଏଥିରେ ସହଯୋଗ କରିଥିଲେ ।

Popular Articles