Related Contents

ବଦାପୁଟ ପଞ୍ଚାୟତ ମୁଖ୍ୟ ରାସ୍ତା କାଦୁଅରେ ପଚପଚ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୯/୦୭): ବୈପାରୀଗୁଡା ବ୍ଲକ ବଦାପୁଟ ପଂଚାୟତ ସମ୍ମୁଖରୁ ଗାଁ ମଝି ଦେଇ ଯାଇଥିବା ଆର୍ଥିକ ବର୍ଷ ୨୦୧୮-୧୯ ଅନୁଯାୟୀ (MGNREGS) ଯୋଜନାର ମୁଖ୍ୟ ରାସ୍ତା ଏବେ କାଦୁଅରେ ପରିପୂର୍ଣ୍ଣ ହୋଇଯାଇଛି | ଏହି ଗ୍ରାମରେ ଏକଶହରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ବ୍ଲକ ସଦର ମହକୁମା ମୁଖ୍ୟ କାର୍ଯାଳୟ ବୈପାରୀଗୁଡାକୁ ବିଭିନ୍ନ ସମୟରେ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି |

ଜରୁରୀ କାଳୀନ ପରିସ୍ଥିତିରେ ଘରୁ ବାହାରି ଏହି ରାସ୍ତା ଦେଇ ଯିବାଆସିବା କରିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି | କାଦୁଅ ରାସ୍ତାଦେଇ ନା ସାଇକେଲରେ ନା ବାଇକରେ ଯିବା ଆସିବା କରିପାରୁନାହାନ୍ତି | ଯଦି ଏହି ରାସ୍ତାଦେଇ ଯିବାକୁ ହେଲେ ଚପଲ ହାତରେ ଧରି ଯିବାକୁ ପଡୁଛି ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି | ସେହିପରି ବିପରୀତ ଦିଗରୁ ପଞ୍ଚାୟତ ମୁଖ୍ୟ କାର୍ଯାଳୟ ବଦାପୁଟ ଆସିବାକୁ ହେଲେ ଚିକିମା, କୁରୁକୁଟି, ମଳିଗୁଡା, ରାଉତଗୁଡା, କୁସପର ଗ୍ରାମର ଲୋକେ ମଧ୍ୟ ଏହି କାଦୁଅ ଭରା ରାସ୍ତା ପାର କରି ଆସିବାକୁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଜଣାପଡିଛି |

ସ୍କୁଲ କଲେଜ ଛତ୍ରଛତ୍ରୀ, ଗର୍ଭବତି ମହିଳା , ଅଙ୍ଗନବାଡ଼ି ପିଲା, କୁଲି, ବେପାରୀ, ପ୍ରଶାସନ ଅଧିକାରି ସମସ୍ତେ ମଧ୍ୟ ରାସ୍ତା ପାଇଁ କଷ୍ଟ ଅନୁଭବ କରୁଛନ୍ତି | ଏହି ପଞ୍ଚାୟତରେ ମୋଟ ଏଗାର ଗୋଟି ୱାର୍ଡ ଥିବାବେଳେ କାଦୁଅ ରାସ୍ତାର ଗୋଟିଏ ପଟେ ପାଞ୍ଚଟି ୱାର୍ଡ ଅଛି ଏବଂ କାଦୁଅ ରାସ୍ତା ଅନ୍ୟପଟେ ‘ ଛ ‘ଟି ୱାର୍ଡ ରହିଛି | ଏଣୁ ଆଗକୁ ବର୍ଷାରେ ଅଧିକ ଅସୁବିଧା ହେବା ପୂର୍ବରୁ ବଦାପୁଟ ପଞ୍ଚାୟତର ମୁଖ୍ୟ ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ପ୍ରଶାସନକୁ ଗଣମାଧ୍ୟମରେ ଜଣାଇବା ସହ ଯଦି ଏହି ସମସ୍ୟାର ସମାଧାନ ନ ହେଲେ ଅଗାମି ଦିନରେ ବ୍ଲକ ଘେରାଉ କରିବେ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସି |

Leave a Reply

This site uses Akismet to reduce spam. Learn how your comment data is processed.