ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ତରଫରୁ ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ପ୍ରଦାନ କରାଗଲା

0
278
ପୋଷ୍ୟ ସନ୍ତାନ ଗ୍ରହଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୯/୦୭) : ରାୟଗଡ଼ା ଜିଲ୍ଲାରେ ଆଇ.ଡି.ଏସ. ସ୍ଵେଚ୍ଛାସେବୀ ସଂସ୍ଥା ଦ୍ଵାରା ନୂତନ ଭାବେ ପରିଚାଳିତ ହେଉଥିବା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ତରଫରୁ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂଙ୍କ କର କମଳରେ ଉତ୍ତର ପ୍ରଦେଶ ର ବିବାହିତ ପ୍ରତ୍ୟାଶୀ ପୋଷ୍ୟଗ୍ରାହୀ ପିତା ମାତାଙ୍କୁ ଅନୁଷ୍ଠାନ ର ପ୍ରଥମ ଶିଶୁ ପୁତ୍ରକୁ ପୋଷ୍ୟସନ୍ତାନ ରୂପେ ହସ୍ତାନ୍ତର କରିଛନ୍ତି ।

ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ତରଫରୁ ଶିଶୁ ପୁତ୍ର ହସ୍ତାନ୍ତର ସମୟରେ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାଜକିଶୋର ସାହୁ, ଆଇ.ଡି.ଏସ. ସ୍ଵେଚ୍ଛାସେବୀ ସଂସ୍ଥା ର ସମ୍ପାଦକ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ଡାକ୍ତର ତିରୁପତି ପ୍ରସାଦ ପଟ୍ଟନାୟକ, ସଂସ୍ଥା ର ପରିଚାଳକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।