ଉଜ୍ଜଳ ଭାରତ ତଥା ଉଜ୍ଜଳ ଭବିଷ୍ୟତ ପାୱାର @ ୨୦୪୭ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
113
ଉଜ୍ଜଳ ଭାରତ

ରିପୋର୍ଟ : ଧ୍ରୁବରଜ ମିଶ୍ର
ସୁବର୍ଣ୍ଣପୁର, (୧୮/୭) : ଭାରତ ସ୍ୱାଧିନତା ର ୭୫ ବର୍ଷ ପାଳନ ପରିପ୍ରେକ୍ଷୀରେ ଭାରତ ସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଉଜ୍ଜଳ ଭାରତ ତଥା ଭଜ୍ଜଳ ଭବିଷ୍ୟତ ପାୱାର @ ୨୦୪୭ ଉତ୍ସବ ପାଳନ ନିମନ୍ତେ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞନ କଁହର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 19 at 11.21.01 AM 1 ଉଜ୍ଜଳ ଭାରତ ତଥା ଉଜ୍ଜଳ ଭବିଷ୍ୟତ ପାୱାର @ ୨୦୪୭ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଉଜ୍ଜଳ ଭାରତ ତଥା ଉଜ୍ଜଳ ଭବିଷ୍ୟତ ପାୱାର @ ୨୦୪୭ ର ପ୍ରସ୍ତୁତି ବୈଠକରେ ଡେପୁଟି କଲେକ୍ଟର ପ୍ରୟାଶୀ ପ୍ରଧାନ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ବୈଠକ ର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ପରେ ପରେ ଏନ.ଟି.ପି.ସି. ଅତିରିକ୍ତ ନିର୍ଦ୍ଦେଶକ ଏସ.ଜେ. ପ୍ରଧାନ ଜିଲ୍ଲାସ୍ତରୀୟ ଏହି ଉତ୍ସବ ପାଳନ ନିମନ୍ତେ ହେବାକୁ ଥିବା ବିଭିନ୍ନ କ୍ରମ ର କାର୍ଯ୍ୟ ଖସଡା ବୈଠକରେ ଉପସ୍ଥାପନ କରିଥିଲେ ।

ବୈଠକ ର ନିଷ୍ପତ୍ତି ଅନୁଯାୟୀ ଏହି ଉତ୍ସବ ଜିଲ୍ଲା ର ସୋନପୁର ସହର ଏବଂ ବୀରମାହାରାଜପୁର ଠାରେ ଯଥାକ୍ରମେ ୨୦୨୨ ଜୁଲାଇ ୨୬ ଓ ୨୮ ତାରିଖରେ ରେ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମକୁ ସରସ ସୁନ୍ଦର ତଥା ସୁବ୍ୟବସ୍ଥତି ଭାବେ ଅନୁଷ୍ଠିତ କରିବା ନିମନ୍ତେ ବୈଠକ ର ଅଧ୍ୟକ୍ଷ ଶ୍ରୀ କଁହର ସମ୍ପୃକ୍ତ ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ସମୟ ଅବଧି ପୁର୍ବରୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ପରାମର୍ଶ ଦେଇଛନ୍ତି ।

ଏହି ଉତ୍ସବରେ କେନ୍ଦ୍ର ସରକାର ଙ୍କ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପ୍ରଦର୍ଶନ କରାଯିବ ।

ଅଦ୍ୟ ପ୍ରସ୍ତୁତି ବୈଠକ ରେ ଡିଜିଏମ୍ ଓପିଟିସିଏଲ, ନିରଞ୍ଜନ ପଣ୍ଡା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟି ପି ଓ ଡବ୍ଲୁ ଡି ଏଲ, ସତ୍ୟ ରଞ୍ଜନ ସାହୁ, ଏସ ଡି ଓ ଓ ପି ଟି ସି ଏଲ ସୁଜିତ କୁମାର ବେହେରା, ଇଓ ମ୍ୟୁନିସିପାଲିଟି ସୂର୍ଯ୍ୟଂଶୁ ରୁଟ, ବିଡିଓ ବୀରମହାରାଜପୁର ମୋତିଲାଲ ସୁଲିଆ, ଇଲେକ୍ଟ୍ରିକଲ ପରାମର୍ଶଦାତା ଧନଞ୍ଜୟ ଦୋରା, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l