Related Contents

କାଳବୈଶାଖୀର ଭାଙ୍ଗିଛି ସ୍କୁଲ ପାଚେରୀ, ହଷ୍ଟେଲରେ ରହୁନାହାନ୍ତି ଆଦିବାସୀ ହରିଜନ ଛାତ୍ରୀ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ(୦୮/୦୭): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଂଚାୟତ ହାଇସ୍କୁଲ୍ରେ ଗତ ଜୁନ ପ୍ରଥମ ସପ୍ତାହରେ ହୋଇଥିବା କାଳବୈଶାଖୀ ରେ ୮୦ଫୁଟ ରୁ ଅଧିକ ଲମ୍ବର ପାଚେରୀ ଭାଙ୍ଗି ଯାଇଛି | ହଷ୍ଟେଲକୁ ପାଚେରୀ ଲାଗି ରହୁଥିବା ବେଳେ ଭାଙ୍ଗିଯିବା ଫଳରେ ଅବାଧରେ ଗାଈ ଗୋରୁ ସହିତ ଅସାମାଜିକ ଲୋକେ ହାଇସ୍କୁଲ ତଥା ହଷ୍ଟେଲ ଭିତରକୁ ପ୍ରବେଶ କରୁଛନ୍ତି |

ଏଥିଯୋଗୁଁ ହାଇସ୍କୁଲ ହଷ୍ଟେଲ ୧୦୦ ସିଟ ଥିବା ଆଦିବାସୀ ହରିଜନ ଛାତ୍ରୀଙ୍କ ମଧ୍ୟରୁ ୫୩ଜଣ ଛାତ୍ରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଓ ହଷ୍ଟେଲ ଛାଡି ଗାଁ କୁ ଚାଲିଯାଇଛନ୍ତି | ଛାତ୍ରୀମାନେ ଦୂର ଦୂରାନ୍ତରୁ ନାମ ଲେଖାଇ ଥିବାରୁ ଦୈନିକ ଯିବା ଆସିବା ସମ୍ଭବ ପରା ହେଉନାହିଁ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି | ଜୁନ ୨୧ତାରିଖରୁ ପାଠପଢା ଆରମ୍ଭ ହେଲାଣି ହେଲେ ବର୍ତ୍ତମାନ ସୁଦ୍ଧା ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ସୁବିଧା ହୋଇନାହିଁ | ହଷ୍ଟେଲରେ କୌଣସି ସ୍ଥାୟୀ ୱାର୍ଡଏନ ମଧ୍ୟ ନାହାନ୍ତି , ମେତ୍ରନ ମଧ୍ୟ ନାହାନ୍ତି କେବଳ ହାଇସ୍କୁଲ ରୋଷେୟା ସବୁ କାର୍ଯ୍ୟ ତଦାରଖ କରୁଛନ୍ତି | ଅନ୍ୟପଟେ ହାଇସ୍କୁଲ୍ରେ ବର୍ତ୍ତମାନ ୪୫୩ ଛାତ୍ରଛାତ୍ରୀ ଥିବା ବେଳେ ସ୍କୁଲରେ ଟି ଜି ଟି ଶିକ୍ଷକ, ପିସିଏମ ଶିକ୍ଷକ ଙ୍କୁ ମଧ୍ୟ ଅନ୍ୟତ୍ର ଡେପୁଟେସନ କରିଦିଆଯାଇଛି |

ଯାହାଫଳରେ ଶିକ୍ଷାଦାନ ବ୍ୟାଘାତ ହେଉଥିବା ଅଭିଯୋଗ ହେଉଛି | ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ପୀତବାସ ସାହୁଙ୍କୁ ପଚାରିବାରୁ ମୁ ସ୍ଥାନୀୟ ସରପଞ୍ଚ, ବିଡ଼ିଓ , ବିଇଓ, ଡିଇଓ ଙ୍କୁ ଏହି ସମ୍ପର୍କରେ ଗତ ଜୁନ ୬ ତାରିଖରେ ଜଣାଇଥିବା କହିଥିଲେ | ଓ ସୁରକ୍ଷା ଦୃଷ୍ଟିରୁ ଛାତ୍ରୀଙ୍କୁ ରଖୁନାହୁଁ ବୋଲି ସେ କହିଥିଲେ | ଏ ସମ୍ପର୍କରେ ଡିଇଓ କାର୍ତ୍ତିକେଶ୍ୱର ଲେଙ୍କାଙ୍କୁ ଫୋନ ଯୋଗେ ପଚାରିବାରୁ ସେ ପ୍ରଧାନ ଶିକ୍ଷକ ବିଡ଼ିଓଙ୍କ ସହ ଏ ବିଷୟରେ ଆଲୋଚନା କରିବା ପାଇଁ କହିଥିଲେ | ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଶୀଘ୍ର ସମାଧାନ କରିବା ପାଇଁ ଅଭିଭାବକ ଦାବି କରିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.