ଗୁମୁଡୁମାହା ତୃତୀୟ ଶ୍ରଦ୍ଧାଞ୍ଜଳି ସଭାପାଳିତ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୦୮/୦୭): ବହୁ ଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ତିନି ବର୍ଷ । ଜୁଲାଇ ୮ ତାରିଖ ୨୦୧୬ ମସିହାରେ ବାଲିଗୁଡାରୁ ମନରେଗା ଟଙ୍କା ଉଠାଇ ଫେରିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ୧୩ମାସର ଶିଶୁ ସମେତ ପାଞ୍ଚଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ ।

ମୃତକଙ୍କ ପରିବାର ଆଜି ପାଳନ କରିଛନ୍ତି ତୃତୀୟ ଶ୍ରାଦ୍ଧ ବାର୍ଷିକ । ସେହି କାଳରାତ୍ରୀକୁ ଆଜିବି ଭୁଲିନାହାନ୍ତି ଆତ୍ମୀୟ ସ୍ବଜନ । ଆଜି ସକାଳୁ ସକାଳୁ ଆତ୍ମିୟ ସ୍ବଜନ ଏକାଠି ହୋଇ ସହିଦ ପିଠରେ ପହଁଚି ପୁଷ୍ପ ମାଲ୍ୟାର୍ପଣ କରିବା ସହ ତୃତୀୟ ଶ୍ରାଦ୍ଧ ବାର୍ଷିକ ପାଳନ କରିଛନ୍ତି ଡୁମୁଡୁମାହା ବାସୀ । ସେହି କାଳରାତ୍ରୀର ହୃଦୟ ବିଦାରକ କଥାକୁ ମନେପକାଇ କାନ୍ଦବୋବାଳିରେ ଫାଟିପଡିଥିଲା ଗାଁ । ଏଥିରେ ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ, ପୁର୍ବତନ ବିଧାୟକ ରାଜୀବ ପାତ୍ର ଗୁମୁଡୁମାହାରେ ପହଁଚି ମୃତକଙ୍କ ପରିବାକୁ ସମବେଦନା ଜଣାଇବାସହ ଶ୍ରାଦ୍ଧ ବାର୍ଷିକୀରେ ସାମିଲ ହୋଇ ମୃତକଙ୍କ ସହିଦ୍ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

Comments are closed.