Thursday, March 28, 2024

Top 5 This Week

Related Posts

ମାଁ ମାର୍କମା +୩ ମହାବିଦ୍ୟାଳୟରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, ତା (୧୮/୭) : ତା ୧୮/୦୭/୨୦୨୨ ରିଖ ମାଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ମାଁ ମାର୍କମା +୩ ମହାବିଦ୍ୟାଳୟ ର ଷଷ୍ଠ ସେମିଷ୍ଟାର ବିଜ୍ଞାନ ଓ କଳା ସ୍ରୋତ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମାଁ ମାର୍କମା +୩ ମହାବିଦ୍ୟାଳୟ ର ଅଧ୍ୟକ୍ଷ କ୍ୟାପେଟେନ ବି. ରବିଶଙ୍କର ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକ ଦୀପ୍ତି ରାଣୀ ମିଶ୍ର ଇତିହାସ ବିଭାଗ ର ବରିଷ୍ଠ ଅଧ୍ୟାପକ ଡ଼ଃ. ଅଶ୍ୱନୀ କୁମାର ପଣ୍ଡା ଇଂରାଜୀ ଅଧ୍ୟାପକ ସଞ୍ଜୟ କୁମାର ତ୍ରିପାଠୀ ଏବଂ ରାଜନୀତି ବିଜ୍ଞାନ ର ଅଧ୍ୟାପକ ଶ୍ରୀ ରଞ୍ଜନ ପାଢ଼ୀ ଛାତ୍ର ଛାତ୍ରୀ ଙ୍କୁ ସଂସ୍କାର ମୂଳକ ତଥା ମୂଲ୍ୟ ବୋଧ ଭିତ୍ତିକ ଉଦ୍ବୋଧନ ଦେଇଥିଲେ । କୁସଂସ୍କାର ତ୍ୟାଗ କରି ସମାଜରେ ପ୍ରତିଷ୍ଟିତ ବ୍ୟକ୍ତି ଭାବେ ନିଜକୁ ରୂପାୟନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Popular Articles