Related Contents

ବର୍ଷରେ ଗଛ ପଡି ଘର ଚୁରମାର, ଅଳ୍ପକେ ବର୍ତିଲେ ପରିବାର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (୦୮/୦୭): ଅଳ୍ପକେ ବର୍ତିଲେ ପରିବାର, ପଡୋଶୀଙ୍କ ବାରଣ୍ଡାରେ କାଟିଲେ ରାତ୍ରୀ । ପ୍ରବଳ ବର୍ଷା ଯୋଗୁଁ ଲମତାପୁଟ ବ୍ଲକର ତୁସୁବା ପଞ୍ଚାୟତର ବଡପଡା ଜଣକ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ଯାଇଛି । କିନ୍ତୁ ସୌଭାଗ୍ୟ ବଶତଃ ପରିବାର କେହି ମଧ୍ୟ ମୃତାହତ ହୋଇନାହାନ୍ତି ।

ଘଟଣା କ୍ରମେ ଶନିବାର ବିଳମ୍ବିତ ରାତ୍ରୀରେ ଘଟିଛି ଏହି ଅଘଟଣ । ଗାଁର ସୋମନାଥ ବୁରୁଡିଙ୍କ ପରିବାର ୬ ପ୍ରାଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏହି ଦୁର୍ଘଟଣାରୁ | ରାତିରେ ଖାଇସାରି ସୋଇଥିଲେ ପରିବାରର ସମସ୍ତ ସଦସ୍ୟ । ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁଁ ପାଖରେ ଥିବା ଏକ ବଡ଼ ତେନ୍ତୁଳି ଗଛ ମୂଳରୁ ଉପୁଡ଼ି ଘର ଉପରେ ପଡ଼ିଯାଇଥିଲା । ଶବ୍ଦ ହେବାରୁ ପରିବାରର ସମସ୍ତ ବାହାରକୁ ଚାଲିଆସିଥିଲେ । ଗଛ ପଡିଥିବା ଯୋଗୁଁ ଘରର କାନ୍ଥ ଓ ଟାଇଲ୍ ଗୁଡିକ ଭାଙ୍ଗି ନଷ୍ଟ ହୋଇଯାଇଛି । ତେଣୁ ସାରା ପରିବାର ପଡୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଆଜି ସକାଳୁ ଗ୍ରାମର ମେମ୍ବର ଗଡୁଆ କ୍ରିସାନି ଘଟଣା ସ୍ଥଳରେ ପହଞ୍ଚି ପରିବାରର ଲୋକଙ୍କୁ ଭେଟିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଥିଲେ । ସୋମନାଥଙ୍କ ପରିବାର ବହୁତ ଗରିବ ଶ୍ରେଣୀୟ ପରିବାର ହୋଇଥିବାରୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ କହିଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.