ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ଦବିଲା

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ( ୭/୦୭): ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ଦବିଲା । ଡ୍ରେନେଜ୍ ନଥିବାରୁ ଘରେ ପଶୁଛି ପାଣି ଓ କାଦୁଆ ମାଟି । ଲମତାପୁଟ ବ୍ଲକ ପେଟା ପଞ୍ଚାୟତର କାପୁଗୁଡା ‌ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆଜିକୁ ବର୍ଷେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଜୟପୁର ରୁ ଲମତାପୁଟ ଯିବା ଜାତୀୟ ରାଜପଥ ରାଣିତୋଟା ନିକଟରୁ ନକୁଳପଦର ପର୍ଯ୍ୟନ୍ତ ୪.୫୦ କିଲୋମିଟର ଦୁର ରାସ୍ତା କାମ ହୋଇଛି ।

ସୁଚନା ଥାଉକି ରାସ୍ତା ତିଆରିର ମାସେ ନପୁରୁଣୁ ରାସ୍ତାର ପିଚୁ ଉଠିଥିଲା ଏହା ନେଇ କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏବେ ରାସ୍ତା ଦବି ଗଲାଣି । କୈାଣସି ସ୍ଥାନରେ ପାଣି ଯିବାପାଇଁ ଡ୍ରେନ ନଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ଘର ଭିତରକୁ ପସୁଛି ପାଣି ଓ କାଦୁଆ ମାଟି । ମୁଖ୍ୟ କଥାବସ୍ତୁ ହେଉଛି ଏହି ରାସ୍ତା ଦେଇ କୈାଣସି ଭାରି ଯାନ ଜିବା ଆସିବା କରନ୍ତି ନାହିଁ କେବଳ ଛୋଟ ଛୋଟ ଗାଡି ଗୁଡ଼ିକ ଜିବା ଆସିବା କରନ୍ତି । କିନ୍ତୁ ବର୍ଷେ ନପୁରୁଣୁ ରାସ୍ତା ଦବି ଯାଉଛି । ଯଦି ଭାରି ଯାନ ଚଳାଚଳ କରିବ ତ ରାସ୍ତାର ଅବସ୍ଥା କ’ଣ ହେବ । ଗ୍ରାମବାସି କହିଛନ୍ତି କି ଯଦି ପାଣି ଯିବାପାଇଁ ଡ୍ରେନ କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

Comments are closed.