ଅଖିଳ ଭାରତ କିଷାନ ମଜଦୂର ସଂଘ ତରଫରୁ ଗଣ ବିକ୍ଷୋଭ

0
110
ଅଖିଳ ଭାରତ କିଷାନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୭) : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଜମି ହିନ ଆଦିବାସୀ ମାନେ ଅଖିଳ ଭାରତ କିଷାନ ମଜଦୂର ସଂଘ ତରଫରୁ ଗଣ ବିକ୍ଷୋଭ ହୋଇଯାଇଛି ।WhatsApp Image 2022 07 18 at 7.44.53 PM ଅଖିଳ ଭାରତ କିଷାନ ମଜଦୂର ସଂଘ ତରଫରୁ ଗଣ ବିକ୍ଷୋଭ

କେନ୍ଦ୍ର ସରକାର ଆଦିବାସୀ ବିରୋଧୀ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମରେ ସଂଶୋଧନକୁ ପ୍ରତ୍ୟାହାର କରିବା ଏବଂ କାଶୀନଗର ବ୍ଲକ ର ଭୂମିହୀନ ଓ ଗରିବ ଲୋକଙ୍କୁ ଯଥା ଶୀଘ୍ର ଜମି ପଟ୍ଟା ଓ ଘର ଡିହ ପଟ୍ଟା ପ୍ରଦାନ କରିବା, ଜଙ୍ଗଲ ଜମିରେ ଚାଷ ଓ ବାସ କରି ରହୁଥିବା ଆଦିବାସୀ ଓ ଅନ୍ୟ ପାରମ୍ପାରିକ ବନଜୀବିଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରିବା ଇତ୍ୟାଦି ଦାବୀ ନେଇ ଅଖିଳ ଭାରତ କିଷାନ ମଜଦୂର ସଂଘ ପକ୍ଷରୁ ଆସନ୍ତା କାଲି ୧୮/୦୭/୨୦୧୨ ରିଖ ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କାଶୀନଗର ଷ୍ଟେଟ୍ ବ୍ୟାଙ୍କ ଛକ ଠାରୁ ଏକ ପଟୁଆର ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସଂଘ ର କାଶୀନଗର ବ୍ଲକ ସଭାପତି କେଦାର ଶବରଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ଭାଗ ନେଇଥିଲେ ।