ଚନ୍ଦ୍ରପୁର ବ୍ଲକରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

0
236
ଚନ୍ଦ୍ରପୁର ବ୍ଲକରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା/ଚନ୍ଦ୍ରପୁର, (୧୮/୦୭) : ଆଜି ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।WhatsApp Image 2022 07 18 at 7.43.05 PM ଚନ୍ଦ୍ରପୁର ବ୍ଲକରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଚନ୍ଦ୍ରପୁର ବ୍ଲକରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂହ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗୁଣପୁର, ଲୋକନାଥ ଦଲବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଏଲ.ଏନ. ପୃଷ୍ଟି, ଗ୍ରାମୀୟ ଜଳଯୋଗାଣ ସହାକାରୀ ଯନ୍ତ୍ରୀ, ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଟରିଆ କୁଲ, ଅଧ୍ୟକ୍ଷ ଚନ୍ଦ୍ରପୁର ପଞ୍ଚାୟତ ସମିତି, କୈନ କିମ୍ଵାକା, ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଆଜି ମୋଟ ୧୦୬ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l ସେଥି ମଧ୍ୟରୁ ୫୯ଟି ବ୍ୟକ୍ତିଗତ ହୋଇଥିବା ବେଳେ ୩୮ଟି ସାମୁହିକ ଅଭିଯୋଗ ଆସିଥିଲା ଏବଂ ୫ ଗୋଟି ଆର୍ତ୍ତିକ ସହାୟତା ନିମନ୍ତେ l ସ୍ୱାସ୍ଥ୍ୟ ଗତ ସମସ୍ୟା ନିମନ୍ତେ ୩ ଜଣକୁ ୫ ହଜାର ଲେଖାଏଁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଆଉ ୨ ଜଣକୁ ୫ ହଜାର ଲେଖାଏଁ ମୋଟ ୨୫୦୦୦/- ଟଙ୍କା ସହାୟତା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତି ଦେବ ସିଂ ଏହାପରେ ବ୍ଲକ ର ଉନ୍ନୟନ ମୂଳକ କାମ ପରିଦର୍ଶନ କରିଥିଲେ l

ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଡାକ୍ତର ଓ କର୍ମଚାରୀ ମାନଙ୍କ ଆଲୋଚନା କରିଥିଲେ ଏବଂ ଏକ ବୃକ୍ଷ ରୋପଣ କରିଥିଲେ l ଏହାପରେ ତହସିଲ କାର୍ଯ୍ୟାଳୟରେ ୧୪ଟି ବିଦ୍ୟାଳୟ ର ଆରଓଆର ପଟ୍ଟା ସହିତ ୨୭ ଜଣକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ଏହାପରେ ଚନ୍ଦ୍ରପୁର ୫ଟି ଅଧୀନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ସହିତ ଆଲୋଚନା l