Thursday, March 28, 2024

Top 5 This Week

Related Posts

ଋଷଭ ପନ୍ତ ଙ୍କ ଏସିଆ ର ପ୍ରଥମ ୱିକେଟ କିପର ଭାବେ ରେକର୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲଣ୍ଡନ, (୧୮/୦୭) : ଟି-୨୦ ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌କୁ ମଧ୍ୟ କବଜା କରିଛି ଟିମ ଇଣ୍ଡିଆ । ଦିନିକିଆ ସିରିଜ୍‌ ର ନିର୍ଣ୍ଣାୟକ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ର ୱିକେଟ କିପର ଋଷଭ ପନ୍ତ ଓ ଅଲରାଉରଣ୍ଡ ର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଛନ୍ତି ।

ଋଷଭ ପନ୍ତ ଶେଷ ଯାଏଁ ୧୨୫ ରନ୍‌ କରି ଅପରାଜିତ ରହିବା ସହ ଭାରତ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି । ଦିନିକିଆ ସିରିଜ୍‌ ର ଶେଷରେ ମ୍ୟାଚ୍‌ରେ ପନ୍ତ ଶତକ ହାସଲ କରିବା ପରେ ଏକାଧିକ ରେକର୍ଡ ର ଅଧିକାରୀ ହୋଇଛନ୍ତି । ସେ ଏସିଆ ମହାଦେଶ ର ପ୍ରଥମ ୱିକେଟ କିପର ଯିଏ ଇଂଲଣ୍ଡ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ପୂର୍ବରୁ ପନ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ । ରବିବାର ସେ ଦିନିକିଆରେ ମଧ୍ୟ ଶତକ ହାସଲ କରିଛନ୍ତି ।

ଏହା ପନ୍ତଙ୍କ ଦିନିକିଆ କ୍ୟାରିୟର ର ପ୍ରଥମ ଶତକ । ଏହି ଶତକ ବଳରେ ଇଂଲଣ୍ଡ ଦେଇଥିବା ୨୬୦ ରନ ର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ବେଶ ସହଜରେ ହାସଲ କରି ନେଇଛନ୍ତି । ପନ୍ତ ଓ ପାଣ୍ଡ୍ୟା (୭୧) ୫ମ ୱିକେଟ ପାଇଁ ୧୩୩ ରନ୍‌ ର ଭାଗିଦାରୀ କରି ଇଂଲଣ୍ଡ ହାତକୁ ମ୍ୟାଚ୍‌ ଛଡ଼ାଇ ଆଣିଛନ୍ତି । ଟିମ ଇଣ୍ଡିଆ ୭୨ ରନରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା । ସେହିଠାରୁ ହିଁ ପାଣ୍ଡ୍ୟା ଓ ପନ୍ତ ସ୍ଥିତି ସମ୍ଭାଳିଥିଲେ । ପାଣ୍ଡ୍ୟା ୭୧ ରନରେ ଆଉଟ ହୋଇଥିଲେ ମଧ୍ୟ ପନ୍ତ ଶେଷ ଯାଏଁ ଅପରାଜିତ ରହିଥିଲେ ।

୧୧୩ ବଲରେ ଅପରାଜିତ ୧୨୫ କରିଥିବା ପନ୍ତ ୧୬ଟି ଚୌକା ୨ଟି ଛକା ମାରିଛନ୍ତି । ସେ ତୃତୀୟ ଭାରତୀୟ ୱିକେଟ କିପର ଯିଏ ଏସିଆ ବାହାରେ ଖେଳା ଯାଉଥିବା ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରାହୁଲ ଡ୍ରାଭିଡ ୧୯୯୯ ରେ ଓ କେଏଲ ରାହୁଲ ୨୦୨୦ ରେ ଏସିଆ ବାହାରେ ଶତକ ହାସଲ କରିଥିଲେ । ଏବେ ପନ୍ତ ଇଂଲଣ୍ଡ ର ମାଞ୍ଚେଷ୍ଟରରେ ଶତକ ହାସଲ କରି ଏହି ତାଲିକାରେ ସାମିଲ ହୋଇଛନ୍ତି ।

Popular Articles