Related Contents

ଗୁମୁଡୁମାହା ଗୁଳିକାଣ୍ଡକୁ ତିନି ବର୍ଷ, ବିକାଶ କାର୍ଯ୍ୟ ଅଧଃପନ୍ତରୀଆ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୦୮/୦୭): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁମୁଡୁମାହାରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ପାଞ୍ଚ ନିରୀହ ଲୋକଙ୍କ ମୃତ୍ୟୁ ଘଟିଥିଲା | ସେଦିନ ମନେରଗା କାର୍ଯ୍ୟର ଟଙ୍କା ବାଲିଗୁଡା ବ୍ୟାଙ୍କରୁ ଉଠେଇ ଗୁମୁଡୁମାହା ଫେରୁଥିବା ସମୟରେ ରାତି ଅନ୍ଧାର ହୋଇ ଥିଲା |

ଏହି ସମୟରେ ଗାଁ ନିକଟ ପିପାଳପଟା କାର୍ଲଭଟରେ ଅଟୋ ଦବି ଯାଇଥିଲା କାଦୁଅରେ | ଏହି ସମୟରେ ସୁରକ୍ଷାବାହିନୀଙ୍କ ଗୁଳି ରେ ଟଳିଗଲେ ୧୩ ମାସର ଶିଶୁ ସମେତ ପାଞ୍ଚ ଗ୍ରାମବାସୀ | ସେ ଦିନ ଥିଲା ୮ ଜୁଲାଇ ୨୦୧୬ମସିହା | ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ଏହି ଗୁମୁଡୁମାହା ଗୁଳିକାଣ୍ଡ ଘଟଣା | ସେତେ ବେଳେ ଗୁମୁଡୁମାହାର ବାସ୍ତବ ଚିତ୍ର ଦେଖିଥିଲେ ସରକାର, ବିରୋଧୀ ଓ ପ୍ରଶାସନ | ଅଂଚଳର ବିକାଶ ପାଇଁ ମିଳିଥିଲା ଅନେକ ପ୍ରତିଶୃତି | ଆଜି ଗାଁକୁ ଆସିଛି ବିଜୁଳି, ପାଣି ଭଳି ମୁଖ୍ୟ ସମସ୍ୟାର କାମ ହୋଇଛି, କିନ୍ତୁ ରାସ୍ତା ଅଧଃପଂତରିଆ ହୋଇରହିଛି | ମୋବଇଲ ଟାୱାର, ସ୍ୱାସ୍ଥ୍ୟକେନ୍ଦ୍ର, ଭଳି ବିକାଶ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇ ନଥିବା କହିଛନ୍ତି ପୀଡିତ ପରିବାରର ଗଡିସି ଦିଗାଲ | ସେହିପରି ବିକାଶ କାର୍ଯ୍ୟ, ପୀଡିତ ପରିବାରକୁ ନ୍ୟାୟ ମିଳି ନଥିବା କହିଛନ୍ତି ଲୁଟ ଦିଗାଲ | କିନ୍ତୁ ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବର କହିଛନ୍ତି ଯେ ଗୁମୁଡୁମାହାର ପୀଡିତ ପରିବାରକୁ ସରକାର ପକ୍ଷରୁ ସହାୟତା ରାଶି, ପକାଘର, ବିଜୁଳି, ପାଣି, ସହିତ ରାସ୍ତା ନିର୍ମାଣ କରାଯାଇଛି ପ୍ରାଥମିକତା ଭିତ୍ତିରେ |

Comments are closed.