ବନ ବିଭାଗ ତରଫରୁ ବୃକ୍ଷ ରୋପଣ

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର(୦୭/୦୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ଗୁରୁବାର ଦିନ ବୃକ୍ଷ ରୋପଣ କରାଯାଇଥିଲା |

ସ୍କୁଲ ପରିସରରେ ଆମ୍ବ,ତେନ୍ତୁଳି,ନିମ୍ବ ଓ ଅନ୍ୟାନ୍ୟ ୧୦୦ ଗଛ ଲଗାଯାଇଛି | ମୁଖ୍ୟ ଅତିଥି ଭାବେ ମୁନିଗୁଡା ବନାଞ୍ଚଳର ଜେ.ଏନ.ବେହେରା, ଚନ୍ଦ୍ରପୁର ଫରେଷ୍ଟର ଶ୍ରୀ ଡମ୍ବୁରୁଧର ସେନାପତି, ଚନ୍ଦ୍ରପୁର ଥାନା ଆଇଆଇସି ଅରୁଣ କୁମାର ନାୟକ, ସରପଞ୍ଚ ସୁଜିତ ବ୍ରେଡେକା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ରାମଚନ୍ଦ୍ର ସବର ଓ ଅନ୍ୟ କର୍ମଚାରୀଙ୍କ ସହ ବୃକ୍ଷ ରୋପଣ କରିଥିଲେ |

Comments are closed.