ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୭/୦୭): କେନ୍ଦ୍ର ସରକାର ଆଦିବାସୀ ଗ୍ରାମାଞ୍ଚଳର ବିକାଶ ଦିଗକୁ ସୁଦୃଢ କରିବା ଓ ପରିବହନର ସୁବିଧା କରିବା ସହ ମୁଖ୍ୟ ସ୍ରୋତରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ତିଆରି କରୁଛନ୍ତି | ବାସ୍ତବରେ ସରକାରଙ୍କ ବିକାଶ କେବଳ ବିଜ୍ଞାପନରେ ସୀମିତ ହୋଇରହିଥିବା ଜଣାପଡୁଛି |

ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟରେ | ଗତ ଦୁଇ ମାସ ପୂର୍ବେ ଶେଷ ହୋଇଥିବା ଦଣ୍ଡାବାଡ଼ି ଠାରୁ ଜଙ୍ଗଲଯୋଡି ପିଚୁରାସ୍ତାରୁ ପିଚୁ ଉଠିଯାଇ ମାଟିକାଦୁଅରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି | ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହୋଇଥିବା ପ୍ରାୟ ପାଞ୍ଚ କିଲୋମିଟର ରାସ୍ତାରପିଚୁ ଦୁର୍ବଳମାଟି ଉପରେ କେବଳ ବିଛାଇ ଦିଆଯାଇଛି, ସଠିକ ଭାବରେ ମାଟି ବାଲି ଛୋଟ ପଥର ନଦେଇ ଅତି ନିମ୍ନମାନର ରାସ୍ତା ନିର୍ମାଣ କରାଯାଇଛି | ଏଣୁ ରାସ୍ତାର ଏହିପରି ପରିସ୍ଥିତି ହୋଇଛି ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି | ସୂଚନା ଥାଉକି କିଛି ଦିନ ପୂର୍ବେ ନିମ୍ନମାନର ରାସ୍ତା କାମକୁ ଗ୍ରାମବାସୀ ବିରୋଧ କରିଥିଲେ,ଏହି ଘଟଣା ବିଭିନ୍ନ ଗଣମଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା | କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନର କିଛି ପଦକ୍ଷେପ ନେଇ ନ ଥିବା ଯୋଗୁଁ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହେଉଛି | ବୈପାରୀଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ରାଜ୍ୟ ବାହାରର ଠିକାସଂସ୍ଥା ହାତକୁ ଟେକିଦେଇଥିବା ପ୍ରଶାସନର ନୀରବତା ସ୍ୱଷ୍ଟ କରୁଛି ଯେ ଆଦିବାସୀ ଅଂଚଳରେବିକାଶ ପାଇଁ କେତେ ତତ୍ୱର | ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହୋଇଛି |

Comments are closed.