ଶହୀଦ ଲଷ୍ମଣ ନାୟକ +୨କଲେଜର ପ୍ରତିଷ୍ଠା ଦିବସ ପାଳନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୭/୦୭): ବୈପାରୀଗୁଡା ସ୍ଥାନୀୟ ଶହୀଦ ଲଷ୍ମଣ ନାୟକ +୨ କଲେଜରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |ଅନୁଷ୍ଠାନର ଅଧ୍ୟକ୍ଷ କୁମୁଦ ରଞ୍ଜନ ମହାରଣାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ରମେଶ ଚଦ୍ର ରାଉତ ଯୋଗ ଦେଇଥିଲେ |

ସମ୍ମାନୀୟ ଅତିଥି ମଧ୍ୟରୁ ସରପଞ୍ଚ ଭାଗିରଥି ମୁରଜିଆ, ଅନୁଷ୍ଠାନର ଉପଦେଷ୍ଟା ପି ରମେଶ ପାତ୍ର, ସମାଜସେବୀ ଗିରିଶ ପାଳ, ପ୍ରେଣ୍ଡ୍ସ ୟୁନିଟ କ୍ଲବର ଭୀମସେନ ବିଶୋଇ ଯୋଗ ଦେଇଥିଲେ | ପ୍ରଥମେ ଶହୀଦ ଲଷ୍ମଣ ନାୟକଙ୍କ ପ୍ରତିମୁର୍ତିରେ ଅଥିତିଙ୍କ ସହ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ପୁଷ୍ପମାଳ ଦେଇ ପୂଜା କରିଥିଲେ | ଏହି ଅବସରରେ କଲେଜ ପରିସରରେ ଅତିଥିଙ୍କ ସହ ସମସ୍ତେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପକ ମଧ୍ୟରୁ ରାଜକିଶୋର ନାୟକ, ପ୍ରତାପ ଚନ୍ଦ୍ର ପ୍ରଧାନ,ଭଗବାନ ପ୍ରଧାନ, ଦିଲୀପ କୁମାର ରଥ, ସଦାନନ୍ଦ ଅଡରି ସହ ପ୍ରଦୀପ ଭୁଇଁଆ, ନରସିଙ୍ଗ ବିଶୋଇ ଉପସ୍ଥିତଥିଲେ |

Comments are closed.