Friday, March 29, 2024

Top 5 This Week

Related Posts

ଜୱାହର ନବୋଦୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୦୭/୦୮) : ରାୟଗଡା ଜିଲ୍ଲା ଥେରୁବାଲି ଠାରେ ଅବସ୍ଥିତ ଜୱାହର ନବୋଦୟ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2021 08 08 at 12.54.30 PM ଜୱାହର ନବୋଦୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୱାହର ନବୋଦୟ ବିଦ୍ୟାଳୟ ର ଚଳିତ ବର୍ଷର ବାର୍ଷିକ ଫଳାଫଳ,ଅନଲାଇନ କ୍ଲାସ ଓ ଅସୁବିଧା ଆଦି ବିଷୟରେ ଆଲୋଚନା କଯାଇଥିଲା l ବିଦ୍ୟାଳୟରେ ଚାଲିଥିବା ଭିତିଭୂମିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରି ଏହାର ଶୀଘ୍ର ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ l

ଆଗାମୀ ଦିନରେ ସ୍କୁଲ ଖୋଲିଲେ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସାନିଟାଈଜର ବ୍ୟବସ୍ଥା, ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ l ଛାତ୍ରୀ ଛାତ୍ରୀ ମାନଙ୍କ ବୌଦ୍ଧକି ବିକାଶ ନିମନ୍ତେ ନୂତନତା ଜ୍ଞାନ ପ୍ରଦର୍ଶିତ କରିବାକୁ ଜିଲ୍ଲାପାଳ କହିଥିଲେ l କଳାର ବିକlଶ ବିକାଶ ନିମନ୍ତେ ଲୁକାୟିତ୍ୱ ପ୍ରତିଭାକୁ ଆବିଷ୍କାର କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ବିଦ୍ୟାଳୟ ପରିଷରରେ ବୃକ୍ଷ ରୋପଣ କରିଥିଲେ lWhatsApp Image 2021 08 08 at 12.54.31 PM ଜୱାହର ନବୋଦୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଏହି ପରିଚାଳନା କମିଟି ବୈଠକରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡାର ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତନିଧି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ବରିହା, ନିର୍ବାହୀ ଯନ୍ତ୍ରୀ କୋଠାବାଡ଼ିଙ୍କ ପ୍ରତିନିଧି, ବିଦ୍ୟାଳୟର ଅଧକ୍ଷ ଶ୍ରୀ ଜୟରାମ ନାଏକ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଶୁଭଦୀପ୍ତ ସାହା, ଅଭିଭାବକ ଶ୍ରୀ ଶଶୀ ପଟ୍ଟନାୟକ ଓ ଶ୍ରୀମତି ସସ୍ମିତା ସାହୁ ପ୍ରମୁଖ ଯୋଗଦାନ କରିଥିଲେ l

Popular Articles