Related Contents

ଦାରିଦ୍ର୍ୟତାରୁ ସ୍ବାମୀଙ୍କ ତୈଳ କର୍ମ କରିବାରେ ଅସମର୍ଥ ବିଧବା ମହିଳା

ରିପୋର୍ଟ: ଜଗବନ୍ଧୁ ସାହୁ
ସୋହେଲା (୦୬/୦୭): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଘେଁସ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ମାଲ ଗ୍ରାମରେ ଦାରିଦ୍ର୍ୟତା ଜନିତ ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ବଡ଼ମାଲ ଗ୍ରାମର ଗୁଣବନ୍ତୀ ଦୀପଙ୍କ ସ୍ବାମୀ ଅଲେଖ ଦୀପ (୫୦) ଙ୍କ ଗତ ୧ ତାରିଖରେ ହଠାତ୍ ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁରେ ଗୁଣବନ୍ତୀ ଭାଙ୍ଗି ପଡ଼ିଛନ୍ତି । ସେ ଓ ତାଙ୍କର ଏକମାତ୍ର ବିକଳାଙ୍ଗ ସନ୍ତାନ ଉପରେ କିଏ କିଭଳି ସାହାଭରସା ହେବେ କିଛି ବୁଝିବା ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ଜନିତ ତିନିଦିନିଆ (ତୈଳକର୍ମ) କରାହେବ ମୁଣ୍ଡବ୍ୟଥା ହୋଇଥିଲା । ଶତଚେଷ୍ଟିତ ପରେ ମଧ୍ୟ ବିଧବା ମହିଳା ଜଣକ ଦାରିଦ୍ର୍ୟତାର କରାଳ ଛାୟା ଗ୍ରାସରେ ସାମାଜିକ ପ୍ରଥାନୁଯାୟୀ ତୈଳକର୍ମ କରିବାରେ ଅସମର୍ଥ ହୋଇଛନ୍ତି । ଅସହାୟ ବିଧବା ଗୁଣବନ୍ତୀଙ୍କ ଘଟଣା ସମ୍ପର୍କରେ ଚୈତନ୍ୟ ବାଗ, ସଞ୍ଜୀବ କୁମାର ଲୁହା, ଧରଣୀଧର ବାରିକ ପ୍ରମୁଖ ସାମାଜିକ କର୍ମୀମାନେ ଖବର ପାଇ ପୀଡ଼ିତ ପରିବାର ନିକଟକୁ ପହଞ୍ଚି କିଛି ଚାଉଳ ଓ ଆର୍ଥିକ ସହାୟତା କରିବା ସହିତ ଘେଁସ ଗ୍ରାମପଞ୍ଚାୟତ ସରପଞ୍ଚ ରାଜମାତା ମମତା ସିଂ ବରିହାଙ୍କୁ ଜଣାଇଥିଲେ । ଘଟଣାଟି ଅବଗତ ହେବା ପରେ ସରପଞ୍ଚ ଅସହାୟ ମହିଳାଙ୍କୁ ତୁରନ୍ତ ଦୁଇ ହଜାର ଟଙ୍କା ଦେଇ ହରିଶ୍ଚନ୍ଦ୍ର ଯୋଜନାର ଦୁଇ ହଜାର ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଥିଲେ । ଏହା ସହିତ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଘର, ସରକାରୀ ଯୋଜନାରୁ ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା କରାଇଦେବା ପାଇଁ କହିଥିଲେ ।

Comments are closed.