Related Contents

ହାର୍ଡ କୋର ମାଓବାଦୀ ମିଲିସିଆ ଗିରଫ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୬/୦୭): ରାୟଗଡା ଜ଼ିଲ୍ଲା କଲ୍ୟାଣ ସିଂଗପୁର ବ୍ଲକର ମାଆବାଲି ଗ୍ରାମର ଗାଁର ଶିକୁଣି ସିକୋକା ଯିଏ କି ବଂଶଧାରା ଘୁମୁଷର ନାଗବଳି ସିପିଆଇ ମାଓବାଦୀ ସଙ୍ଘଠନର ଏକ ପ୍ରମୁଖ ସକ୍ରିୟ ମିଲିସିଆ ସଦସ୍ୟ ରୂପେ କାର୍ଯ୍ୟକ୍ରମ କରିଆସୁଥିଲା ତାକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି |

ରାୟଗଡା ଜ଼ିଲ୍ଲାର ମାଓ ପ୍ରବଣ କଲ୍ୟାଣ ସିଂଗପୁର ବ୍ଲକର ନିୟମ ଗିରି ଅଂଚଳରେ ଚାନ୍ଦା ଆଦାୟ ଓ ଠିକା କାମରେ ନିୟୋଜିତ ଗାଡି କ୍ୟାମ୍ପ ପୋଡି ଅଭିଯୋଗ ମାମଲାରେ ଏହି ମିଲିସିଆକୁ ଗିରଫ କରିଥିବା କଥା ଜ଼ିଲ୍ଲା ଏସପି ଡାକ୍ତର ଶ୍ରାବଣ ବିବେକ ଏମ କହିଛନ୍ତି | ଏହି ଅଂଚଳରେ ମାଓଙ୍କ ଗତିବିଧି ଜାରି ରହିଥିବାରୁ ଏହି ମିଲିସିଆ ବିଭିନ୍ନ ଗାଁରେ ଲୋକଙ୍କୁ ଭୟ ଭୀତ କରି ଚାନ୍ଦା ଆଦାୟ କରି ଲୋକଙ୍କୁ ଠକୁଥିବାର କଲ୍ୟାଣ ସିଂଗପୁର ଥାନାରେ ଅଭିଯୋଗ ହୋଇଥିଲା | ଗତ ୩୦.୦୬.୨୦୧୯ରେ ମାୟାବଳି ଗାଁରେ କାଟୁ କାଡ୍ରକାକୁ ତିନି ଲକ୍ଷ ଟଙ୍କା ଚାନ୍ଦା ମାଗିବା ଓ ୧୦.୦୨.୨୦୧୯ରେ ଠିକା କାମରେ ନିୟୋଜିତ ଗାଡି ଓ କ୍ୟାମ୍ପ ପୋଡି ଅଭିଯୋଗ ଆଧାରରେ ଏହି ଡଙ୍ଗରିଆ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି |

Comments are closed.