ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଉପଲବ୍ଧ ହେଲା ଅଲଟ୍ରାସାଉଣ୍ଡ ସେବା

0
145
ବାଲିଗୁଡା ଉପଖଣ୍ଡ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୬/୦୭) : କନ୍ଧମାଳ ଜିଲ୍ଲା ର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଆଜି ଅଲଟ୍ରାସାଉଣ୍ଡ ସେବା ର ଶୁଭାରମ୍ଭ ହୋଇଛି ।

ଜିଲ୍ଲାପାଳ ଙ୍କ ଆଦେଶାନୁସାରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ସପ୍ତାହରେ ଛଅ ଦିନ ଗର୍ଭବତୀ ମହିଳାଙ୍କ ନିମନ୍ତେ ଅଲଟ୍ରାସାଉଣ୍ଡ ସେବା ଉପଲବ୍ଧ ହେବ । ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ସୁର ଏବଂ ଡାକ୍ତର ଅରବିନ୍ଦ ଖୁଣ୍ଟିଆ ସପ୍ତାହରେ ତିନି ଦିନ ଲେଖାଏଁ ସେବା ଯୋଗାଇବେ । ଏହି ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ବହୁ ଦିନ ଧରି ପଡି ରହିଥିବା ସତ୍ତ୍ୱେ ସେବା ଉପଲବ୍ଧ ହୋଇପାରି ନଥିଲା ।

ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଏହି ସେବା ର ଶୁଭାରମ୍ଭ ହୋଇଥିବାରୁ ଗରିବ ଜନ ସାଧାରଣ ବହୁତ ଉପକୃତ ହୋଇ ପାରିବେ । ବାଲିଗୁଡା ବୁଦ୍ଧିଜୀବି ମହଲରେ ଖୁସି ପ୍ରକଟ କରି ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।