Thursday, March 28, 2024

Top 5 This Week

Related Posts

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ସ୍ଥାପନା ଦିବସ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୭) : ଆଜି ଗୁଣପୁର ଭାରତୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ରାମନାଗୁଡା, ଗୁଡ଼ାରୀ, ପଦ୍ମପୁର ଓ ଗୁଣପୁର ର ଶତାଧିକ ଚାଷୀଙ୍କୁ ନେଇ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ୯୪ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି ।

କୃଷକ ମାନେ ଦେଶ ର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଚାଷି ବା କୃଷକ ର ଆୟ ଦ୍ଵିଗୁଣିତ କରିବାର ପ୍ରୟାସ ଜାରି ରହିଛି । ଆଜିର ଏହି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ୯୪ ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ଚାଷୀ ମାନେ ଅନଲାଇନ ମାଧ୍ୟମରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ସିଧାସଳଖ କୃଷି ସମ୍ବନ୍ଧରେ ଆଲୋଚନା କରିଥିଲେ ଓ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ଚାଷୀ ମାନଙ୍କୁ କୃଷି ମନ୍ତ୍ରୀ ପୁରସ୍କାର ପ୍ରଦାନ କରୁଥିବା ଅନଲାଇନ ମାଧ୍ୟମରେ ଦେଖିଥିଲେ ।

ବିଶେଷ କରି ଜୈବିକ କୃଷି ଓ ସମନ୍ଵିତ କୃଷି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । କିପରି ସମନ୍ଵିତ କୃଷି ଦ୍ଵାରା ଚାଷୀ ନିଜର ଆୟ ଦ୍ଵିଗୁଣିତ କରିପାରିବ ସେ ସମ୍ପର୍କରେ ବୈଜ୍ଞାନିକ ମାନେ ଚାଷି ମାନଙ୍କ ମାର୍ଗ ଦର୍ଶନ କରିଥିଲେ । ଭିନ୍ନ ଭିନ୍ନ ବ୍ଲକ ର ଚାଷୀ ମାନେ ଚାଷ କ୍ଷେତ୍ରରେ ନିଜର ସଫଳତା, ଅନୁଭୁତି ଓ ସମସ୍ୟା ଯାହା ଚାଷ କ୍ଷେତ୍ରରେ ସେମାନେ ସାମନା କରୁଛନ୍ତି ତାହା ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ଵରିଷ୍ଠ ବୈଜ୍ଞାନିକ ତଥା ମୂଖ୍ୟ ରାଜିଵ ଟୁଡୁ ଚାଷ ର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ ଏବଂ ପରିମଳ ତରାଇ, ହିମାଦ୍ରି ବାଗ, ସ୍ୱର୍ଣ୍ଣ ସାରିକା ବେହେରା ପ୍ରମୁଖ ସହଯୋଗ କରିଥିଲେ । ଚାଷୀ ମାନେ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ କରି କୃଷି ସମ୍ବନ୍ଧୀୟ ଆଲୋଚନା କରିବାକୁ ଅନୁରୋଧ କରିବା ସହ କୃଷି ସମ୍ବନ୍ଧୀୟ ବିଭିନ୍ନ କୌଶଳ ଶିକ୍ଷା ଲାଭ କରିଥିଵାରୁ ମଞ୍ଚାସିନ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles