Sunday, September 20, 2020
Home Education & Literacy ଗୁଡାରି ବନାଞ୍ଚଳରେ ବନ ମହୋତ୍ସବ ପାଳିତ

ଗୁଡାରି ବନାଞ୍ଚଳରେ ବନ ମହୋତ୍ସବ ପାଳିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୫/୦୭): ରାୟଗଡା ଜ଼ିଲ୍ଲାର ଗୁଡାରି ସହରର ଅରିୟାନ ପବ୍ଲିକ ସ୍କୁଲ ପରିଷରରେ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ସ୍କୁଲର ଅଧକ୍ଷ ଶ୍ରାବନ୍ତି ପ୍ରଧାନୀ ଉଦଘାଟନ କରିଥିଲେ | ରାୟଗଡା ଡିଏଫଓ ଦେବାର୍ଚ୍ଚନା ବେହରା, ଗୁଡାରି ତହସିଲଦାର ଭାରତୀ ଦେବୀ, ରେଞ୍ଜର ସୁବାସ ଚନ୍ଦ୍ର ପୋଲାଈ ଯୋଗ ଦେଇ ବନ ମହୋତ୍ସବର ଉଦେଶ୍ୟ ବୁଝାଇଥିଲେ |

ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ଉପଦେଶ ଦେଇଥିଲେ ଓ ବୃକ୍ଷ ରୋପଣ ଦ୍ୱାରା ପରବିଶକୁ ସବୁଜ ସୁନ୍ଦର କରିବା ପାଇଁ କହିଥିଲେ | ଗୁଡାରି ବନଖଣ୍ଡର ଗୁଡାରି ସିରିଗୁଡା ବୁରଲେନ୍ଦି କେନ୍ଦୁଗୁଡା କରଣାପଡୁ ଅଂଚଳରେ ଗ୍ରୀନ ମହାନଦୀ ମିଶନ ମାଧ୍ୟମରେ ଜୁଲାଇ ପହିଲାରୁ ଏକ ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମରେ ୨୫ହଜାର ମାଗଣା ଓ ଏନ ଆର ଜି ଏ ଯୋଜନା ମାଧ୍ୟମରେ ଏକ ଟଙ୍କା ହିସାବ ରେ ୬୦ହଜାର ଗଛ ଯୋଗାଇଦେବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି | ଏହି କାର୍ଯ୍ୟକ୍ରମକୁ ଫୋରେଷ୍ଟରେ ବରଖା ରାଣୀ ପାତ୍ର ସିରିଗୁଡା ଫୋରେଷ୍ଟ ସୁଦର୍ଶନ ଗମାଙ୍ଗ ନାଇରା ଫୋରେଷ୍ଟ ସୁରେଶ ତ୍ରିପାଠୀ କେନ୍ଦୁଗୁଡା ଫୋରେଷ୍ଟ ସୁରେଶ ପାତ୍ରଙ୍କ ସମତେ ସମସ୍ତ ବନରକ୍ଷୀ ଉପସ୍ଥିତ ଥିଲେ | ଠିକ ସେହିପରି ପଦ୍ମପୁର ବନାଞ୍ଚଳ ତରଫରୁ ମଧ୍ୟ୍ୟ ବନ ମହୋତ୍ସବ ମୂଚିକ ପଦର ଛକ ନିକଟରେ ଥିବା ପୋଖରୀ ଠାରେ ପାଳିତ ହୋଇଯାଇଛି | ଏହି ଅବସରରେ ୫୦୦ରୁ ଉର୍ଧ୍ଵ ଚାରା ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ନୀଳମାଧଵ ମାଝୀ ଗୁଣୁପୁର ରେଞ୍ଜର ଅଶୋକ ପ୍ରଧାନ ପଦ୍ମପୁର ଫୋରେଷ୍ଟର ଦାମୋଦର ମିଶ୍ର ଆନନ୍ଦ ନିମାଲୁ ଗୁଣୁପୁର ଫୋରେଷ୍ଟର ନୀଳମାଧଵ ପାଢ଼ୀ ଓ ଅନ୍ୟ ବନ କର୍ମଚାରୀ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ମୁଚୀକପଡ଼ାର ଓ ଲଛମାଣଗୁଡା ସ୍କୁଲର ଶିକ୍ଷକ ଛାତ୍ର ଛାତ୍ରୀ ମଧ୍ୟ୍ୟ ଯୋଗ ଦେଇଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: