ଗୁଣୁପୁର ରଥଯାତ୍ରା ପଡିଆରେ ପଲ୍ଲିଶ୍ରୀ ମେଳା ଉଦଘାଟନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୦୫/୦୭): ଗୁଣୁପୁର ରଥଯାତ୍ରା ପଡିଆରେ ଓରମାସ ଦ୍ୱାରା ପଲ୍ଲିଶ୍ରୀ ମେଳାକୁ ଆନୁଷ୍ଠାନିକ ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ, ଗୁଣୁପୁର ଉପଜିଲ୍ଲାପାଳ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର ଉଦଘାଟନ କରିଥିଲେ |

ଏହି ମେଳାରେ ୫୦ଟି ଷ୍ଟଲ ଓଡିଶାର ବିଭିନ୍ନ ଜିଲ୍ଲାରୁ ସେମାନଙ୍କ ବିଭିନ୍ନ ଜିନିଷ ଶସ୍ତା ଦରରେ ବିକିବା ସହ ଏହି ମେଳା ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଜମୁଛି | ଏହା ପାଞ୍ଚ ଦିନ ଧରି ଚାଲିବା ସହ ଏହି ମେଳା ପ୍ରତି ବର୍ଷ ରଥଯାତ୍ରା ସମୟରେ ଚଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି | ଏହି ପଲ୍ଲିଶ୍ରୀ ମେଳା ଓ ରଥଯାତ୍ରା ଦେଖିବାକୁ ଆସି ଜନସାଧାରଣ ମଧ୍ୟ୍ୟ ଗୃହ ସାମଗ୍ରୀ କିଣିଥାନ୍ତି |

Comments are closed.