ନେଟୱର୍କ ନଥିବା ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

0
214
ନେଟୱର୍କ ନଥିବା

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, ତା.(୧୬/୦୭) : ନେଟୱର୍କ ନଥିବା ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ l ରାୟଗଡ଼ା ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ବିଶେଷ କରି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ଗ୍ରାମପଞ୍ଚାୟତ ମାଧ୍ୟମରେ ପ୍ରତ୍ୟେକ ମାସରେ ୧୫ ତାରିଖକୁ ସେବା ଦିବସ ଭାବରେ ବିତରଣ କରାଯାଏ l22c0c70f cf37 40c2 8c88 24e2cd7b6cc1 ନେଟୱର୍କ ନଥିବା ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

ହେଲେ ଜିଲ୍ଲା ର କେତେକ ଦୁର୍ଗମ ଅଞ୍ଚଳରେ ନେଟୱର୍କ ନଥିବା ରୁ ଏହି ଭତ୍ତା ବଣ୍ଟନ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି l ଓଡ଼ିଶା ସରକାର ଓ ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ର ୨୯ ଗୋଟି ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ଭତ୍ତା ବଣ୍ଟନ କରାଯାଉଛି l ଗତ ତା ୧୫/୦୭/୨୨ ରିଖ ଦିନ ପ୍ରତ୍ୟେକ ହିତାଧିକାରୀ ଭତ୍ତାକୁ ଉଇଥଡ୍ରାଲ ମାଧ୍ୟମରେ ଦିଆଯାଉଛି l ସମଗ୍ର ରାଜ୍ୟରେ ମାସ ର ୧୫ ତାରିଖକୁ ସେଵା ଦିବସ ଥିବାରୁ ଆଜି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଆଜି ବହୁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ଲିଡ଼ବ୍ୟାଙ୍କ ମୁଖ ପ୍ରବନ୍ଧକ ଧୀରେନ୍ଦ୍ରନାଥ ବିହାରୀ ସୂଚନା ଦେଇଛନ୍ତି l ପ୍ରତ୍ୟେକ ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ କିମ୍ବା ବିଡ଼ିଓଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଧିକାରୀଙ୍କ ସହ ଜଣେ ବ୍ୟାଙ୍କ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ ଗାଡ଼ିରେ ଯାଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି l

ଏଥି ନିମନ୍ତେ ଜିଲ୍ଲାର ୨୯ଟି ଗ୍ରାମ ପଞ୍ଚାୟତ ଯଥା ଚନ୍ଦ୍ରପୁର ୪ଟି, ଗୁଡାରି ୪ଟି, ଗୁଣୁପୁର ଗୋଟିଏ, ବିଷମ କଟକ ୩ଟି, କାଶୀପୁର ୨ଟି, କଲ୍ୟାଣସିଂପୁର ଗୋଟିଏ, କୋଲନାରା ଓ ପଦ୍ମପୁର ଗୋଟିଏ ଲେଖାଏଁ, ରାମନାଗୁଡା ୩ଟି ଓ ରାୟଗଡ ବ୍ଲକ ର ୯ଟି ଦୁର୍ଗମ ଗ୍ରାମ ପଞ୍ଚାୟତ ନିମନ୍ତେ ୨୯ଟି ଗାଡ଼ିରେ ଏହି ଦୁର୍ଗମ ଅଞ୍ଚଳକୁ ଯାଇ ଭତ୍ତା ବଣ୍ଟନ କରୁଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟରିଆ କୁଲୁ ପ୍ରକାଶ କରିଥିଲେ l