Friday, March 29, 2024

Top 5 This Week

Related Posts

ବିଶ୍ୱ ଦକ୍ଷତା ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୭) : ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଭାରତକୁ ସର୍ବାଗ୍ରେ ସ୍ୱାବଲମ୍ବୀ କରିବାରେ ଜନସାଧାରଣ ବିଶେଷ କରି ଯୁବ ସମାଜ ର ବିଶେଷ ଭୂମିକା ରହିଛି ।

ପ୍ରତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ହିଁ ଭାରତକୁ ଏକ ସ୍ୱାବଲମ୍ବନଶୀଳ ଭାବରେ ଗଢ଼ି ତୋଳିବ ବୋଲି ଆଜି ବିଶ୍ୱ ଦକ୍ଷତା ଦିବସ ପାଳନ ଅବସରରେ ସହର ର ପଦ୍ମିନୀ ଦେବୀ କଲେଜରେ ଅନୁଷ୍ଠିତ “ସ୍ୱ।ବଲମ୍ବୀ ଭାରତ ଅଭିଯାନ” ପାଳନ ଅବସରରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ସ୍ୱାବଲମ୍ବୀ ଭାରତ ଅଭିଯାନ ର ଜିଲ୍ଲା ସଂଯୋଜକ ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁ ଶେଖର ମିଶ୍ର ଓ ଅନ୍ୟତମ ଅତିଥି ଭାବରେ ବ୍ୟାସଦେବ ମିଶ୍ର, ଗୌରହରି ନାଏକ, ଅଧ୍ୟାପକ ରାମନାରାୟଣ ପାଣିଗ୍ରାହୀ, କାମଦେବ ମିଶ୍ର ସ୍ୱାବଲମ୍ବୀ ଭାରତ ଅଭିଯାନ ର ମୂଳ ଲକ୍ଷ୍ୟ ଉପରେ ବହୁ ଉପାଦେୟ ମନ୍ତବ୍ୟ ମାନ ପ୍ରଦାନ କରିଥିଲେ ।

Popular Articles