ବୈପାରୀଗୁଡରେ ବହୁ ଆଡମ୍ବରରେ ଶେଷ ହେଲା ରଥଯାତ୍ରା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୪/୦୭): ବୈପାରୀଗୁଡରେ ବହୁ ଆଡମ୍ବରରେ ଶେଷ ହେଲା ରଥଯାତ୍ରା | ପୂର୍ବ ନିର୍ଦ୍ଧାରିତ ବିଦ୍ଧି ଅନୁଯାୟୀ ଠାକୁରଙ୍କ ସମସ୍ତ ପୂଜାକାର୍ଯ୍ୟ ମୂଖ୍ୟପୂଜକ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ସମାପନ କରାଯାଇଥିଲେ |

ପରେ ଗ୍ରାମର ପରମ୍ପରା ଅନୁଯାୟୀ ମୁରଲୀ ଜଗଦେବ ତିନି ଠାକୁରଙ୍କୁ ଛେରା ପହଁରା ଦେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ସୁରୁଖୁରୁରେ ଶେଷ ହୋଇଥିଲା | ବୈପାରୀଗୁଡା ବ୍ଲକ ସହ ଆଖପାଖ ଅଂଚଳର ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା | ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ନିୟୋଜିତ କରିଥିବା ବେଳେ ପୋଲିସ ପଵାକ୍ୟରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ପୂଜା କମିଟିର ସଭାପତି ଭାଗିରଥି ମୁରଜିଆ ପ୍ରକାଶ କରିଛନ୍ତି |

Comments are closed.