ରଥଯାତ୍ରା ଉପଲକ୍ଷେ ଚାରା ବିତରଣ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୪/୦୭): ରଥଯାତ୍ରା ଉପଲକ୍ଷେ ବୈପାରୀଗୁଡା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ର ଖୋଲାଯାଇଥିଲା | ସ୍ଥାନୀୟ ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦେଶ କ୍ରମେ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏକ ଷ୍ଟଲ ରେ ସଜନା, ଅଁଳା, ବେଳ, ଆମ୍ବ, ପଣସ, ପିଜୁଳି, ଆତ, ବରକୁଲି, ଲିମ୍ବ, ନାଗେଶ୍ୱର,କଦମ୍ବ ପରି ବିଭିନ୍ନ ଚାରକୁ ବିତରଣ କରିଥିବା ଦେଖିବାକୁ ମିଳିଥିଲା |

ଏକ ଟଙ୍କାରେ ଗୋଟିଏ ଚାରା ମିଳୁଥିବା ଯୋଗୁଁ ଏଠାରେ ଲୋକଙ୍କ ଭିଡ ଜମିଥିଲା | ରଥଯାତ୍ରା ଦେଖିବାକୁ ଆସିଥିବା ଭକ୍ତଙ୍କ ସହ ଗ୍ରାମବାସୀ, ପଥଚାରୀ, ବୃକ୍ଷପ୍ରେମୀ ମାନେ ଏକ ଟଙ୍କାରେ ଗୋଟିଏ ଚାରା କ୍ରୟ କରି ନିଜ ନିଜ ଘରକୁ ଚାରା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ବୈପାରୀଗୁଡା ବନପାଳ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଜଙ୍ଗଲର ସୁରକ୍ଷା ସଚେତନ କରିବା ସହ ବନମହୋତ୍ସବ ପାଳନ କରାଯାଉଛି ବୋଲି ବୈପାରୀଗୁଡା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି |

Comments are closed.