କାଲିମେଳାର ରଥ ଟଣା ବେଳେ ଅଘଟଣ ବର୍ତିଲେ ଭକ୍ତ ଓ ପୋଲିସ

ରିପୋର୍ଟ: ନୟମି ଖରା
ପଡିଆ, ମାଲକାନଗିରି/(୦୪/୦୭): କାଲିମେଳା ସହରରରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଓ ରଥ ଟଣା ସହିତ ସମାପନ ହୋଇଛି ଘୋଷ ଯାତ୍ରା କିନ୍ତୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଏକ ଭକ୍ତ ଓ ପୋଲିସ କର୍ମଚାରୀ | ରଥଟଣା ସମୟରେ ଏକ ଭକ୍ତ ଓ ପୋଲିସ କର୍ମଚାରୀ ରଥ ଚକ ତଳେ ପଡିଯାଇଥିଲେ ମାତ୍ର ଅଳ୍ପକେ ବର୍ତ୍ତିଯାଇଥିଲେ |

ଏସ ସାହେବ କୁମାର ନାମକ ଏକ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି | ପୋଲିସ କାର୍ଡନ ଭାଙ୍ଗି ଭକ୍ତ ମାନେ ରଥ ଟାଣିବା ପାଇଁ ଧସେଇ ପଶିଆସିଥିଲେ | ଏହି ସମୟରେ ଏକ ଭକ୍ତ ଓ ପୋଲିସ କର୍ମଚାରୀ ରଥ ଚକ ତଳେ ପଡିଯାଇଥିଲେ, କେତେକ ସ୍ବେଛାସେବୀ ଓ ପୋଲିସ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ | ପୋଲିସ ନିର୍ଦେଶକୁ ଅମାନ୍ୟ କରି ଏହିପରି ଘଟିଥିବା ଜଣାପଡିଛି ନିର୍ଧାରିତ ସମୟରେ ତିନି ଠାକୁରଙ୍କ ପୂଜା ନୀତି ସମାପନ ଘାଟି ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା | ମନ୍ଦିର ପୂଜକ ଶ୍ରୀ ରମେଶ ଦାସ ପୂଜାର୍ଚନା ସମ୍ପନ କରିବା ପରେ ଅପରାହ୍ନ ୩ଘଣ୍ଟା ସମୟରେ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା | ୩.୩୦ଘଣ୍ଟା ସମୟରେ ତହସିଲଦାର ଉମା ଶଙ୍କର ଦଳାଇ ରଥରେ ଛେରାପହଁରା କରିଥିଲେ ଓ ୪ .୫୦ସମୟରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ହଜାର ହଜାର ଭକ୍ତଙ୍କ ଗହଳରେ ରଥ ଟାଣି ଗୁଣ୍ଡିଚା ବାଡ଼ି ଠାରେ ସନ୍ଧ୍ୟା ୬.୧୦ ମିନିଟ ସମୟରେ ରଥ ପହଞ୍ଚିଥିଲା | ଭୋଳାନାଥ ସାହୁ ଓ ରଜତ କାନ୍ତ ମିଶ୍ର ଢାଉକ ଦାଇତ୍ୱ ତୁଲାଇ ଥିଲେ | ଡ଼ିଏସପି ଓ ଥାନା ଅଧିକାରୀ ଶାନ୍ତି ଶୃଙ୍ଖଳା ଦାଇତ୍ୱ ପରିଚାଳନା କରିଥିଲେ |

Comments are closed.