Related Contents

୧୧ କେଭି ବିଦ୍ୟୁତ ତାର ଲାଗି ଦୁଇ ଗାଇର ମୃତ୍ୟୁ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୦୫/୦୭): ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ଗାଇ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଲମତାପୁଟ ବ୍ଲକ ଗୁନେଇପଡା ପଞ୍ଚାୟତର ବନ୍ତଲବିର୍ ଗ୍ରାମର ଚଇତନ ମାଛ ଓ ଭିମ ଚାଲାନଙ୍କର ଗାଇ ଦୁଇଟି ମାଛକୁଣ୍ଡକୁ ଯିବା ମୁଖ୍ୟ ରାସ୍ତା ଦେସିଆ ଢ଼ାବା ନିକଟରେ ।

ମୁଖ୍ୟ ରାସ୍ତା ରୁ୫୦ ମିଟର ଦୁରରେ ଏକ ନିଳଗିରି ବାଡ଼ ଭିତରେ ଗାଇ ଗୁଡିକ ଚରୁଥିବା ସମୟରେ ଏଭଳି ଘଟଣା ଘଟିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ୧୧କେଭି ବିଦ୍ୟୁତ୍ ତାର ୩ ଦିନ ହେଲାଣି ଛିଡ଼ି ପଡ଼ିଥିଲା । ବିଦ୍ୟୁତ କର୍ମଚାରୀ ମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି କର୍ମଚାରୀ ଫୋନ୍ ଉଠାଇ ନ ଥିବା କହିଛନ୍ତି । ଏହି ଘଟଣା ଘଟିଲା ପରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି ବୋଲି କହିଛନ୍ତି । ଏ ବାବଦରେ ମାଛକୁଣ୍ଡରୁ ଫେରୁଥିବା ସମୟରେ ତହସିଲଦାର ସ୍ନେହପ୍ରଭା ମାଝୀଙ୍କୁ ଜଣାଇଥିବା ବି କହିଛନ୍ତି । ଯଦି ଆମକୁ କ୍ଷତିପୂରଣ ନ ମିଳିଲେ ଅନ୍ୟପନ୍ଥା ଅବଲମ୍ବନ କରିବୁ ବୋଲି କହିଛନ୍ତି |

Comments are closed.