ବାଲିଗୁଡାରେ ରଥଯାତ୍ରା ପାଳିତ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୦୪/୦୭): ବାଲିଗୁଡା ସହରରେ ମହାସମାରୋହରେ ତିନି ଠାକୁରଙ୍କ ପହଣ୍ଡି ବିଜେ ପରେ ତିନି ରଥରେ ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଛେରା ପହଁରା କରିଥିଲେ |

ପରେ ତିନି ରଥକୁ ଶ୍ରଦ୍ଧାଳୁ ଭକ୍ତ ଆନନ୍ଦ ଉଲ୍ଲାସରେ ମହିଳା ପୁରୁଷ ଭକ୍ତ ରଥ ମାଉସୀ ମା ନିକଟକୁ ରଥ ଟାଣିଥିଲେ | ବାଲିଗୁଡା ଏସଡିପିଓ ବିନୀତ ଅଗ୍ରୱାଲ ସୁରକ୍ଷା ବ୍ୟବସ୍ତା ତଦାରଖ କରିଥିଲେ | ପୁଲିସ ବାହିନୀ, ସିଆରପି, ସମେତ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଆଇନ ଶୃଙ୍ଖଳା ପରିଚାଳନା କରିଥିଲେ | ବର୍ଷା ସତେ ରଥଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ବାଲିଗୁଡାରେ ହୋଇଥିଲା |

Comments are closed.