ଡାଲଚିନି ଚା’ ର କରାମତି

0
145
ଡାଲଚିନି

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୫/୦୭) : ଚା’ ପିଇବା ଅନେକ ଲୋକଙ୍କ ଅଭ୍ୟାସ । କେତେକଙ୍କ ଦିନ ର ଆରମ୍ଭ ଚା’ ପିଇବାରୁ ହିଁ ହୋଇଥାଏ । ତେବେ ଜାଣନ୍ତୁ ଡାଲଚିନି ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ।

ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଡାଲଚିନି ତରକାରୀ ର ସ୍ୱାଦ ବଢାଇବା ସହ ଏହାକୁ ଚା’ ଭାବେ ପ୍ରସ୍ତୁତ କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ହୋଇଥାଏ । ଜାଣନ୍ତୁ..

ଡାଲଚିନି ଚା’ ପିଇବା ଦ୍ୱାରା ଥଣ୍ଡା, କାଶ ଆଦିରୁ ଶରୀରକୁ ରକ୍ଷା କରିଥାଏ । ପାଟି ଦୁର୍ଗନ୍ଧ ଦୂର କରିଥାଏ ।

ଡାଲଚିିନି ଚା’ ପିଇବା ଦ୍ୱାରା ଏହା ରକ୍ତରେ ଶର୍କରା ର ମାତ୍ରାକୁ ନିୟନ୍ତ୍ରଣ କରେ ।

ଏହି ଚା’ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଖୁବ କମ ଥାଏ । ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ କରିଥାଏ ।

ଶରୀର ର ଯେକୌଣସି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ, ଡାଲଚିନି ଚା’ ନିଶ୍ଚୟ ପିଅନ୍ତୁ । ଏହା ସମସ୍ତ ପ୍ରକାର ଯନ୍ତ୍ରଣା ଦୂର କରିଥାଏ ।

ସ୍ମରଣଶକ୍ତି ବୃଦ୍ଧି କରିବାରେ ଏହି ଚା’ ବେଶ ସହାୟକ ହୋଇଥାଏ ।

ବଦହଜମି ସମୟରେ ଏହି ଚା’ ପିଇବା ଦ୍ୱାରା ଖୁବ ଲାଭ ମିଳିଥାଏ । ପେଟ ଯନ୍ତ୍ରଣା ଦୂର ହୋଇଥାଏ ।

ଡାଲଚିିନି ଚା’ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

ଡାଲଚିନିରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱଚା ର ଚମକ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ ।

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ । ଏଥିରେ ଛୋଟ ଖଣ୍ଡ ଅଦା ଓ ଡାଲଚିନି ପକାଇ ୧୦ ମିନିଟ୍‍ ଫୁଟାନ୍ତୁ । ଏବେ ଏହାକୁ ଏକ କପରେ ଛାଣି ସାମାନ୍ୟ ମହୁ ମିଶାଇ ପିଅନ୍ତୁ ।