୪ର୍ଥ ବ୍ୟାଟେଲିୟନ କେନ୍ଦ୍ରୀୟ ସୁରକ୍ଷାବଳ ଦ୍ୱାରା ରଥଯାତ୍ରା ପାଳିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା (୦୪/୦୭): ଚତୁର୍ଥ କେନ୍ଦ୍ରୀୟ ସୁରକ୍ଷା ବଳ ରାୟଗଡା ତରଫରୁ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି | ଆଜି ସକାଳୁ ତିନି ଠାକୁର ନୀତିନିୟମ ଅନୁଯାଇ ପୂଜା ଅର୍ଚନା ପରେ ତିନି ଠାକୁର ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା | ଏହାପରେ ରଥରେ ପୂଜା କାନ୍ତି କରାଯାଇଥିଲା |

ପୂଜାପରେ କାମାଣ୍ଡେଣ୍ଟ ୱାଇ.କେ ରାଜପୁତ ଛେରା ପହଁରା କରିଥିଲେ | ଛେରା ପହଁରା ପରେ ରଥକୁ ସି ଆର ପି ଏଫ କ୍ୟାମ୍ପରୁ ରଥଟଣା ଆରଂଭ କରି ଇନ୍ଦିରା କୋଲନି ଦେଇ ସହର ପରିଭ୍ରମଣ କରି କ୍ୟାମ୍ପକୁ ଫେରିଥିଲେ | ଏହି ଅଞ୍ଚଳର ଶତାଧିକ ଜନସାଧାରଣ ରଥକୁ ଟାଣିବାର ସୁଯୋଗ ପାଇଥିଲେ | ଏହି ରଥ ଯାତ୍ରାରେ ଏସ କେ ଠାକୁର ସେକଣ୍ଡ ଇନ କମାଣ୍ଡେଣ୍ଟ ମିଟୁ ରାୟ ସେକଣ୍ଡ ଇନ କୋମାଣ୍ଡେଣ୍ଟ ପି ଏମ ଅଶୋକ କୁମାର ଡେପୁଟି କୋମାଣ୍ଡେଣ୍ଟ ଜି ସି ସ୍ୱାଇଁ ଆଶିଷଟେଣ୍ଡ କୋମାଣ୍ଡେଣ୍ଟ ପଙ୍କଜ କୁମାର ଷ୍ଟାଫ ଅଫିସର ସରୋଜ ମହାନ୍ତି ଏସ କେ ପଣ୍ଡା ପରିଚାଳନା କରୀଥିଲେ | ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜ଼ିଲ୍ଲା ପୋଲିସ ଏସ ପି ଡାକ୍ତର ଏସ ବିବେକ ଏମ ଉପସ୍ଥିତ ରହି ରଥ ଟାଣିଥିଲେ |

Comments are closed.