ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ରାୟଗଡ଼ା ଗସ୍ତ

0
219
ଦକ୍ଷିଣାଞ୍ଚଳ ରାଜସ୍ୱ

ରିପୋର୍ଟ : ଗୋପୀନାଥ ଗୌଡ଼

ରାୟଗଡ଼ା, (୧୩/୦୭) : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଟି. ଆପାଙ୍ଗ ଆଓ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଆଜି ରାୟଗଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସେକ୍ସନ ଯଥାକ୍ରମେ ରାଜସ୍ୱ, ଉନ୍ନୟନ, ସ୍ଥାପନା, ଭୁ ଅର୍ଜନ, ଜରୁରୀକାଳୀନ ବିଭାଗ, ଜୁଡିସିଆଲ, ସାଧାରଣ ଓ ବିଭିଦ୍ଧ, ଜିଲ୍ଲା ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ସ୍ୱଳ୍ପ ସଞ୍ଚୟ, ଜିଲ୍ଲା ମଙ୍ଗଳ ବିଭାଗ, ଅବକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଯୋଗାଣ ବିଭାଗ ଆଦିର କାର୍ଯ୍ୟକାରୀତା ଉପରେ ଅନୁଧ୍ୟାନ କରିଥିଲେ l

ଏହି ପରିଦର୍ଶନ ବେଳେ ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତି ସ୍ୱଧା ଦେଵସିଂ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ସମେତ ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ଅନେସା ଦାଶ, ପାମେଲା କର, ସହକାରୀ ଜିଲ୍ଲାପାଳ ସୁକାନ୍ତ ପ୍ରଧାନ, ଦିବାକର ପାତ୍ର, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପଦ୍ମ ଚରଣ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଅବକାରୀ ଅଧୀକ୍ଷକ ଅଭିରାମ ବେହେରା, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବଚରଣ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

ସେହିପରି ଗତ ୧୨/୦୭/୨୨ ରିଖ ଦିନ କଲ୍ୟାଣସିଂହପୁର ଗସ୍ତ କରି ବ୍ଲକ କାର୍ଯ୍ୟାଳaୟ ପରିଦର୍ଶନ କରିବା ସହିତ ତହସିଲ ର କାର୍ଯ୍ୟକାରୀତା ସମୀକ୍ଷା କରିଥିଲେ l ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସଠିକ ଭାବରେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ l ଏହି ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବିଡିଓ କଲ୍ୟାଣସିଂହପୁର ତାପସ ଭୋଇ, ତହସିଲଦାର ସୁଧାକର ରାଇତ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l