କନ୍ଧମାଳ ଜିଲ୍ଲାରେ ପୁଣି ଖଟିଆରେ ବୁହାହେଲେ ଶବ

ରିପୋର୍ଟ: ଜଗଦୀଶ ଦାଶ
ରାଇକିଆ(୦୩/୦୭): ଦାରିଙ୍ଗବାଡିର ଘଟଣା ମନରୁ ନ ଲିଭୁଣୁ ପୁଣି ସାରଂଗଡ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।ବଣ୍ଡଗୁଡା ଗାଁର ଦିଲ୍ଲୀପ ଦଳବେହେରା ସାରଂଗଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଶବକୁ ନେବା ପାଇଁ ପରିବାର ଲୋକେ ଏବଂ ମେଡିକାଲ କତ୍ତୃପକ୍ଷ ମହାପରାୟଣ ଗାଡିକୁ ଫୋନ କରିଥିଲେ ମଧ୍ୟ ଗାଡି ଆସି ନ ଥିଲା ।

ଗାଡି ଦାୟିତ୍ୱରେ ଥିବା ଏକ ସାମାଜିକ ସଂସ୍ଥାର ମୂଖ୍ୟ ଅର୍ଥ ଦାବୀ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମୃତକଙ୍କ ପରିବାର ଗରିବ ହୋଇଥିବାରୁ ପଇସା ଦେବାକୁ ସକ୍ଷମ ହୋଇ ନ ଥିବାରୁ ବାଧ୍ୟହୋଇ ଖଟିଆରେ ବୋହି ତିନି କିଲୋମିଟର ଦୂର ଚାଲି ଚାଲି ଗାଁକୁ ନେଇଥିଲେ ଶବ । ଏହି ଅସୁବିଧା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି । ମହା ପରାୟଣ ଗାଡି ଦାୟିତ୍ୱରେ ଥିବା ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦାୟିତ୍ୱରୁ ହଟାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Comments are closed.