Related Contents

ଚାରି ଚକିଆ ଯାନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ

ରିପୋର୍ଟ: ରାଜେଶ କୁମାର ଜେନା
ରାଜଗାଙ୍ଗପୁର (୦୩/୦୭): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଝଗରପୁର ସ୍ଥିତ ଓସିଏଲ ଏଲଭି ପ୍ରସାଦ ଚକ୍ଷୁ କେନ୍ଦ୍ରର ରାସ୍ତାରେ ଆଜି ରାତି ୩ଟା ସମୟରେଏକ ଅଜଣା ବ୍ୟକ୍ତି ଗୁରୁତର ଅଵସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା |

ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ସେହି ବ୍ୟକ୍ତିଙ୍କୁ ରାସ୍ତାରେ ପଡିଥିବାର ଦେଖି ସଂଗେ ସଂଗେ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା | ଡାକ୍ତରଙ୍କ କହିବା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ବହୁ ମାତ୍ରାରେ ମଦ୍ୟପାନ କରିଥିଲେ | ବୋଧ ହୁଏ ନିଶାରେ ବ୍ୟକ୍ତି ଜଣଙ୍କ ରାସ୍ତା ମଝିରେ ଆସିଥିବାରୁ ଚାରି ଚକିଆ ଯାନ ପିଟି ଦେଇ ଫେରାର ହୋଇଯାଇଛି | ଏପର୍ଯ୍ୟନ୍ତ ପୋଲିସକୁ ସୁରାଗ ମିଳି ନାହିଁ | ମୃତ ବ୍ୟକ୍ତି ଜଣଙ୍କ କିଏ ଓ କଉଠିକାର ଏପଯନ୍ତ କିଛି ହେଲେ ବି ସୁରାଗ ମିଳି ନାହିଁ | ରାଜଗାଙ୍ଗପୁରର ଆଇଆଇସି ଗୋକୁଳା ନନ୍ଦ ସାହୁ ଏହି ଦୁର୍ଘଟଣା ବିଷୟରେ ଓ ବ୍ୟକ୍ତି ବିଷୟରେ ତନାଘନା କରୁଛନ୍ତି |

Comments are closed.